ରମାକାନ୍ତ ନାୟକ
ଭିଜା ମାଟିର ବାସ୍ନାର ମହକ
ଭିଜି ଯାଏ ଖେଳେ ହୃଦୟେ ପୁଲକ
ଜୀବନରୁ ମାଟି
ମାଟିରୁ ଜୀବନ
ଜୀବନରୁ ଆରମ୍ଭ
ଜୀବନରେ ଶେଷ
ଷଠୀ ଘରୁ ଶ୍ମଶାନର ବ୍ୟବଧାନ
ମାଟିହିଁ ନିଶ୍ୱାସ
ମାଟିହିଁ ସ୍ବପ୍ନର ଇଗଲ
ଭିଜା ମାଟିର ପରଶେ
ସବୁଜ ହିଲ୍ଲୋଳ
ଚିରକାଳେ ବିମୁଗ୍ଧ କଲ୍ଲୋଳ
ମାଟି ପାଇଁ ଫୁଲ ଓ ଫଗୁଣ
ନିଦାଘ ମରୁଭୂମି କେବେ
ଝରାର ଶ୍ରାବଣ ।
ବକ୍ଷ ତାରେ ବିଦାରୁଛ ଅନୁକ୍ଷଣ
ନିଜ ସୁଖ ପାଇଁ କରୁଛ କର୍ଷଣ
କେ ବୁଝିଛି ତା ତିତିକ୍ଷା ଓ ତ୍ୟାଗ
ଲୁହେ ଭିଜେ ଓଦା ମାଟି
ପାଉଛି କଷଣ,
ମାଟି, ଯାହା ପାଇଁ ସୈନିକ ପାଗଳ
ଶହୀଦ ଅମର
ଝୁରେ ସନ୍ତାନ ଅବିରଳ।
ଭିଜା ମାଟିର ବାସ୍ନାରେ
ବିମୁଗ୍ଧ ମୁଁ ସଦା କାଳ
ମାଟିରୁ ଆରମ୍ଭ ଜୀବନ
ମାଟିରୁହିଁ ଶେଷ
ମାଟି ମୋର ଆପଣାର
ସବୁଠୁ ମଧୁର
ସ୍ନିଗ୍ଧ ସୁନ୍ଦର
ଭିଜା ମାଟି ବାସ୍ନାର ମହକ
ଜୀବନଠୁ ଅତି ଆପଣାର ।
ପଦ୍ମାମାୟା ପୁରୀ ଶାମରାଇ ପୁର।
Comments are closed.