Latest Odisha News

BREAKING NEWS

କବିତା : ସବୁ ଠିକହେବ

 ସଞ୍ଜିତା ପ୍ରଧାନ 

ପଥ ବହୁଦୂର , ଅନେକ ଚାଲିବାକୁ ବାକି ଅଛି,
ପାଦରେ କଣ୍ଟା ଫୁଟିବ ରକ୍ତାକ୍ତ ବି ହେବ,
ତା’ ବୋଲି କ’ଣ ଚାଲିବା ବନ୍ଦକରି ବସିପଡ଼ିବ ?
ଏ ଜୀବନ ବସିବାର ସୁଯୋଗ ଦିଏନି,
ଯିଏ ବସିଯାଏ ତାର ଭାଗ୍ୟ ବି ବସିଯାଏ ।

ଏମିତି ହୋଇଥିଲେ ଏମିତି ହୋଇଥାନ୍ତା,
ଏହା ଦୁର୍ବଳ ବ୍ୟକ୍ତିମାନେ କହନ୍ତି,
ପରିସ୍ଥିତିକୁ ଗାଳି ଦିଅନ୍ତି,
ଯିଏ ପ୍ରକୃତ ଯୋଦ୍ଧା ସେ ଉପାୟ ଖୋଜେ,
ପରିସ୍ଥିତି ଏବଂ ବାସ୍ତବତାକୁ ସ୍ୱୀକାର କରେ ।

ନିୟତିର ନିଷ୍ପତ୍ତିକୁ ସମ୍ମାନ ଦେଇ
ସେ ଯାହା ଦେଇଛି ତାକୁ ଗ୍ରହଣ କର,
ଆଗାମୀ କାଲି ପାଇଁ ନିଜକୁ ପୁଣି ପ୍ରସ୍ତୁତ କର,
ହାରିବା ଜିତିବା, ସୁଖ ଦୁଃଖ, ଏଇତ ଜୀବନ…..
କେବଳ କର୍ମ କର,
କର୍ମ ଅନୁସାରେ ଫଳ ପ୍ରାପ୍ତ ହେବ ।

ଯାହା ଏବେ ଇଚ୍ଛା କରିଥିଲ,
ତାହା ଏବେ ଭାଗ୍ୟରେ ନ ଥିଲା….
ସେଥିପାଇଁ ହାତ ପାହାନ୍ତାକୁ
ଆସି ଦୂରେଇ ଗଲା ।।

ପ୍ରାରମ୍ଭିକ ପର୍ଯ୍ୟାୟରେ କିଛିଟା କଷ୍ଟ ଆସିବ,
ତମାମ ପରିସ୍ଥିତି ତୁମକୁ ପରୀକ୍ଷା କରିବ,
ମୋର ତୁମ ଉପରେ ନିଜଠୁ ଅଧିକ ଭରସା ଅଛି
ତୁମେ ପାରିବ, ସବୁ ପାରିବ ।

ସମୟ ସାଥିରେ ପାଦ ଦେଇ ଚାଲିବାକୁ ଶିଖ,
ସମୟ ତୁମକୁ ସଫଳତାର ସ୍ୱାଦ ଚଖେଇବାରେ
ବିଳମ୍ବ କରିବ ନି……
ତୁମେ ବିଜୟୀ ହେବ,
ଗୋଟେ କ୍ଷେତ୍ରରେ ନୁହେଁ
ସର୍ବତ୍ର ତୁମର ନାମ ଥିବ,
ନିଜ ଉପରେ ବିଶ୍ୱାସ ରଖି ଆଗକୁ ବଢ଼….
ସବୁ ଠିକହେବ
ସବୁ ଠିକହେବ ।।

 

Comments are closed.