ସତ୍ୟବାଦୀ ରାଉତ
ସମୟ ଫିକା କରିଦିଏ
ଫୁଲର ରଙ୍ଗ
ଋତୁର ମହକ
ହସକୁ ଥଇଥାନ କରିବାକୁ
ଓଠ ଟିଏ ଭିଆଇଲ ଯେ ପ୍ରଭୁ!
ଓଠର ଠିକଣା ହଜେଇ ଦେଇଛି ହସ
ଲୁହ ଭୁଲି ଗଲାଣି ଲେଉଟାଣି ବାଟ।।
ଏରୁଣ୍ଡିର ବାରଣ ନମାନି
ପଶି ଆସେ ଦୁଃଖ
ପୃଥିବୀର ଏକ ନଗ୍ନ ବାସ୍ତବତାହିଁ ଦାରିଦ୍ର୍ୟ
ଅସହାୟତାର ଦୀର୍ଘଶ୍ୱାସରୁ ଗଢ଼ା
ଗରିବର ସକାଳ
ନିଜେଗାଇ ନିଜେଶୁଣେ
ନାନାବାୟାଗୀତ
ନିଜ ଲୁହରେ ଆଙ୍କେ ନିଜ ମାନଚିତ୍ର।।
ଆମେ ସାଧବ ପୁଅ
ସାତ ଦରିଆରେ ସାତ ବୋଇତ
ଗୁଜୁରାତି ଆଉ ଲବଙ୍ଗ ଦ୍ୱୀପ ସହ
ଆମର ଭାବ ଓ ବେଭାର
ବାଲିଦ୍ୱୀପରେ ଉଡୁଥିଲା ଓଡ଼ିଆର ବୈରଖ
ଏ ପଖାଳ ଖିଆ ଓଡ଼ିଆ ଅକ୍ତିୟାରରେ ଥିଲା
ଗୋଦବାରୀଠୁ ଗଙ୍ଗା
ଓଡ଼ିଆ ନଥିଲା କୂଅ ଭିତରର ବେଙ୍ଗ
ୟେମହାମେଘବାହନ ଐର ଖାରବେଳର କଳିଙ୍ଗ
ଯା ବାହୁରେ ଥିଲା ଅମାପ ବଳ
ଆଖିରେ ସମୃଦ୍ଧ ସପନ
ପଖାଳ: ଓଡ଼ିଆର ମାଆ କ୍ଷୀର
ଓଡ଼ିଶ ଆଜିବ୍ରା ଭଳି ସଂକ୍ଷିପ୍ତ
ମହାନଦୀକୁ ଫରୁଆ ରେ ସାଇତି ସାରିଲଣି
ଛତିଶଗଡ଼
ଶନିଗ୍ରହ ଭଳି ଠିଆ ହେଇଛି ପୋଲାଭରମ୍ ପ୍ରକଳ୍ପ
ଓଡ଼ିଆ ଶୋଇଛି ଶୋଉ ନିଧଡ଼କ ନିଦା ନିଦ
ଘରବୁଡ଼ି ପାଣି ଆଣ୍ଠୁଏ
ଅନ୍ଧ କହୁଛି: ଦୁଲୁକୁଛିମେଘ।।
ଓଡ଼ିଶା ଏକ କୃଷି ବହୁଳ ରାଜ୍ୟ
ଚଷା ଏ ରାଜ୍ୟର ମେରୁଦଣ୍ଡ
ଓଠରେ ଓଠ ଛୁଆଁଇ
ଖରା ଓ ମରୁଡ଼ି
ଗାଆନ୍ତି ଗଜଲ
କେନାଲ ଆସିବ ଗହୀର ହସିବ
ଚଷା ଗାଇବ ଚମ୍ପୁ
ଫୁଟିବ ଚମ୍ପା
ଚମ୍ପି ଅପା ଖୋଷାରେଚମ୍ପାମାଳ ଚହଟିବ
ତାଝୁମ୍ପୁଡ଼ି ପାଲଟି ଯିବ ଚାରୁଚନ୍ଦ୍ର ଶାଳା
କେନାଲ କେବେ ଆସିବକିରେ ମଦନା ଭାଇ?
ଋଣର କୁଟିଳ ବନ୍ଧନୀ ଭିତରେ
ଚମ୍ପା ଆଖିରେ ଲୁହ
ହାତରେ ମଲାଧାନ ବୁଦା
ସେରକ ପୂରିଲା, ମାଣକ ପୂରିଲା
ଉଠ, ଉଠରେ ପୂତ।
ମାଟି ପଚାରୁଛି ପବନକୁ
ପବନ ଆକାଶକୁ
ଆକାଶସମୁଦ୍ରକୁ
ଏ ଚଷାକାହିିଁକି ଜହର ପିଇଲା?
ୟାଭିତରେ ବାହୁଡ଼ି ଗଲାଣି
ମହାନଦୀ ପୋଲ ତଳୁ ବଢ଼ି
ଡାକଘରୁ ବେରିଙ୍ଗ୍ ଚିଠି
ଶିରା ବଣ ବଉଦରୁ ମେଘ
ପାଚେଲା କ୍ଷେତରୁ ମାଘ
ଇନ୍ଦିରା ପାର୍କରୁ ଫଗୁଣ
ଚନ୍ଦନ ବଣରୁ ଚାନ୍ଦ
ଏକଦା ନୌବାଣିଜ୍ୟରେ ଶ୍ରେଷ୍ଠକଳିଙ୍ଗ ସୌଦାଗର
ଆଜି ଚେନ୍ନାଇ, ମୁମ୍ବାଇ, ସୁରାଟରେ
ଦାଦନ ଶ୍ରମିକ
ତା’ଝାଳରେ ଗଢ଼ା ହେଉଛି ଭାରତବର୍ଷ
ପୁଣି କେବେ ବୋଇତ ବନ୍ଦାଣ?
ହୁଳହୁଳି, ଝୁଣୁଝୁଣୁ ହାତ କାଚ ଶବଦ!
ହେସରୁଆ ବାପା
ପାଦଛୁଆଁ ପ୍ରଣାମ ନେବ
ମା’ ଚର୍ଚ୍ଚିକେୟୀ କୁରୁପାରୁ ନିଶ୍ଚେ ନିକ ଥିବ
ନିଜ ଦେହ ନିଜେ ଆତେଇବ
ରଜକୁ ଆସିବ।।
Comments are closed.