Latest Odisha News

ଭାଷା ଭାଗବତ : ଭାଷାକୁ ଅନାଦର

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’

ଦୀପାବଳି ହେଲା ଦୀୱାଲି
ଜାଣିନାହିଁ କେବେ କିଭଳି
ଅଜଣା ଶବ୍ଦଟେ ଆସିଲା
ଆମର ଭାଷାରେ ପଶିଲା

ଆପଣା ଶବ୍ଦକୁ ଛାଡ଼ିଲେ
ଅଭିନବ ଶବ୍ଦ ଯୋଡ଼ିଲେ
ନିଜର ଭାଷାକୁ ଆଦର
ହୋଇଗଲା ମନୁ ପାସୋର

ଏତେଟେ ପ୍ରଭାବ ଗ୍ରହଣ
କରିଲେ ଜନସାଧାରଣ
ସ୍ବଭାଷା ହୋଇଯାଏ ନ୍ୟୂନ
ଅଟକେ ବିକାଶ ବର୍ଧନ

ଦଶହରା ଦଶେରା ହେଲା
ଧନ୍ବଂତରି ଭାଷାରୁ ଗଲା
ଧନ୍‌ତେରାସ୍‌ ଶବ୍ଦ ଅଜଣା
ଆଦାୟ କରିଲା ଖଜଣା

ଆମର ଭାଷା ଓ ସଂସ୍କୃତି
ଭୋଗୁଛି ଅଯଥା ଦୁର୍ଗତି
ଏହା ହେଲେ ବି ସର୍ବଜଣା
ଲାଗିପାରୁନି କଟକଣା

ଲୋକଂକ କଥାକୁ ଏଡ଼ାଇ
ସ୍ବଭାଷା ହୁଏ କି ବଢ଼ାଇ
କରିଲେ ଏବେ ବିବେଚନା
ପଡ଼ିବ ସ୍ପଷ୍ଟ ସତ୍ୟ ଜଣା

ଆମର ବୌଦ୍ଧିକ ଆଳସ୍ୟ
ଯୋଗୁଁ ହିଁ ଆମେ ଉପହାସ୍ୟ
ହେଉଛୁଁ ସମଗ୍ର ଦେଶରେ
ଜିଇଁଛୁଁ ଅଶେଷ କ୍ଳେଶରେ

ନ କଲେ ଏବେ ପ୍ରତିକାର
ଅବସ୍ଥା ହେବ ଗୁରୁତର
ଶୁଭିବନାହିଁ ଲୋକସ୍ବର
ଭାଷା ସହିବ ଅନାଦର

ସ୍ବଭାଷା କହିବାକୁ ଲାଜ
କରିଲେ ଅସୁସ୍ଥ ମଗଜ
ସ୍ବଭାଷା ଲେଖିବାକୁ ଡର
ମନରେ ଭରେ ନିରକ୍ଷର

ସ୍ବଭାଷା ପଢ଼ିବା ଅଭ୍ୟାସ
ଛାଡ଼ି ସଂସ୍କୃତି କରି ନାଶ
ଯେ ପାଏ ଅପୂର୍ବ ଉଲ୍ଲାସ
ଭାଷାରେ ଗୋଳିଦିଏ ବିଷ

Leave A Reply

Your email address will not be published.