ସ୍ମୃତି ରଞ୍ଜନ ତ୍ରିପାଠୀ
ଗୋଟେ ପାହାଡକୁ ଦେଖିଲି ଝରିବାର
ଲୁଚାଚୋରା ସମ୍ପର୍କ ସବୁ ଏବେ ଆଗ ଧାଡିରେ
ସେ ସବୁ ବି ଅମାନିଆ
କୋଉଠି ଫେରିବାର ନାଁ ଧରୁନାହାଁନ୍ତି
ସତେ ଯେମିତି ଆଖିରୁ ପୁଣି ଆଖିକୁ
ଗୋଟେ ବୁଢା ବରଗଛ
କୋରଡ ଖୋଜିବା ବାହାନା କରୁଛି।।
ଆଜି ଜାଣିଲି ଲୁହର ଘର ନ ଥାଏ
ଗୋଟାଏ ସଂଜ୍ଞାକୁ ମାଡି ବସେ
ସେ ଗୋଟେ ଆକାଶିଆ କି ପାଣିଚିଆ
ତାକୁ ଢ଼ାଳିବା ହିଁ ଶ୍ରେୟ
ଖାଲି ପରିଚୟର ଆଶ୍ୱାସନା ପାଇଁ।।।।।
ସେ ବହଳ ହଉ କି ପ୍ରତିଜ୍ଞା
ତାକୁ ଝରିବାକୁ ପଡିବ।।
ହଁ ବେଶି ଟିକେ ଝରିପଡ଼େ ଯେବେ
ଗୋଡ ଧରି କ୍ଷମା ମାଗେ ଗଙ୍ଗା
ଆଉ ଝରିଯାଏ ମୋ ବୋଉର ଆଖିରେ
ଏମିତି ଗୋଟେ ମୁହୂର୍ତ୍ତ ନାହିଁ
ଯୋଉଠି ରକ୍ତଶୀଳା ବି କାନ୍ଦେ
ପିତୃତ୍ୱର ଆଙ୍ଗୀକାରରେ।।।
ବାକି ସବୁ ଶୀଳା ଚିହ୍ନ
ଖାଲି ଫୋଟକା ମାତ୍ର ସ୍ମୃତିର
ଯୋଉ ଦିନ ଜୋର କରି ଅଧିକାର ଜମାଏ
ସମସ୍ତେ ଏକାସ୍ୱରରେ ଡାକନ୍ତି
ବୋଉଲୋ
ବୋଉ।।।।।।
Comments are closed.