ମୂଳ ପାଲିର ସମ୍ପାଦନା – ପ୍ରହ୍ଲାଦ ପ୍ରଧାନ
ଅନୁବାଦ – ଶୈଲେନ ରାଉତରାୟ
କାମଗୁଣ ଶୁଭରୂପେ ଦେଖି ଯେ ବିହରେ ।
ଅସଞ୍ଜତ ଅଟଇ ସେ ନିଜ ଇନ୍ଦ୍ରିୟରେ ।।
ଭୋଜନରେ ମାତ୍ରାଜ୍ଞାନ ତାହାର ଯେ ନାହିଁ ।
ଅଳସ ଓ ହୀନବୀର୍ଯ୍ୟ ନିଶ୍ଚେ ସେ ଅଟଇ ।।
ମାର ବଳାତ୍କାରେ ତା’ର ଉନ୍ମୁଳନ କରେ ।
ଯେପରି ମାରୁତ ଦୁର୍ବଳ ପାଦପେ ସଂହରେ ।୭।
କାମଗୁଣେ ଅଶୁଭକୁ ଦେଖି ଯେ ବିହରେ ।
ସଞ୍ଜତ ଭାବରେ ସ୍ଥିତ ନିଜ ଇନ୍ଦ୍ରିୟରେ ।।
ଭୋଜନରେ ମାତ୍ରାଜ୍ଞାନ ଯେବେ ଯଦି ଥାଇ ।
ଶ୍ରଦ୍ଧାଳୁ, ଉଦ୍ୟମଶୀଳ ନିଶ୍ଚିତ ଅଟଇ ।।
ମାର ନକରି ପାରଇ କିଛି ହିଁ ତାହାର ।
ପବନ ଯେପରି ହଲାଇ ନ ପାରେ ଅଚଳ ।୮।
ମନୁ କଷାୟ ଦୋଷ ନ କରି ଦୂରୀଭୂତ
ଇନ୍ଦ୍ରିୟ ନ ଦମି ଯିଏ ସତ୍ୟରେ ରହିତ ।
କଷାୟ ବସନ ଯେହୁ କରେ ପରିଧାନ
ଯୋଗ୍ୟତା ନାହିଁ ତାହାରେ କାନ୍ତ ଆଚ୍ଛାଦନ ।୯।
Comments are closed.