Latest Odisha News

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା  ଭାଗ : ୧୯ 

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ ।ଗଣ ଦେବତା ଶ୍ରୀ ଜଗନ୍ନାଥ, ଭାରତ ଭୂଖଣ୍ଡରେ ବିକଶିତ ନାନା ଧର୍ମ ଓ ବିବିଧ ଦର୍ଶନର ଉପରେ ରହି ନିଜକୁ ଜଣଙ୍କର (ଗୋଟିଏ ଧର୍ମ ବା ଦର୍ଶନ ) ପ୍ରତିପାଦିତ ନକରି ସାଧାରଣ ଭାବରେ ସମସ୍ତଙ୍କର (ସର୍ବ ଧର୍ମ ଓ ଦର୍ଶନ )ଆପଣାର ହୋଇ ପାରିଛନ୍ତି । ସେଥିପାଇଁ ତାଙ୍କୁ ଯଥାର୍ଥରେ ଗଣ ଦେବତା ଭାବରେ ଅଭିହିତ କରାଯାଏ ।

ଜାତି, ଧର୍ମ ଓ ବର୍ଣଗତ ସଂକୀର୍ଣ୍ଣତାର ଉର୍ଦ୍ଧରେ ରହି ପ୍ରଭୁ ଶ୍ରୀ ଜଗନ୍ନାଥ ସମସ୍ତଙ୍କର ନମସ୍ୟ ଓ ଉପସ୍ୟ ।ଏହାର ପ୍ରକୃତ କାରଣ ପ୍ରତ୍ୟେକ ଭକ୍ତ ଓ ଦାର୍ଶନିକମାନେ ନିଜର ଅଧାତ୍ମିକ ତୃଷା ପ୍ରଭୁ ଜଗନ୍ନାଥଙ୍କ ପାଖରେ ମେଣ୍ଟାଈ ପାରିଛନ୍ତି । ମହାତ୍ମା ଜୀବ ଗୋସ୍ୱାମୀଙ୍କ ପରି ଶ୍ରୀ ଜଗନ୍ନାଥ ଦର୍ଶନ ମାତ୍ରେ ଗାଇଛନ୍ତି “ନୌମି ଦେବଂ ଜଗନ୍ନାଥଂ ସଚ୍ଚିଦାନନ୍ଦ ବିଗ୍ରହମ, ଯ ନିତ୍ୟ ରମତେ ନୀଳାଚଳେ ବୈ -ବ୍ରହ୍ମଧମିନୀ।”

ବେଦ ବର୍ଣ୍ଣିତ ବିଶ୍ୱ ଭାତୃତ୍ୱର ପ୍ରକୃତ ଆଚରଣ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉପାସନାର ମୂଳ ଓ ଆଧାର । ତାଙ୍କ ନିକଟରେ ଆପଣାପର ବାଛବିଚାର ନାହିଁ । କାଳେ କାଳେ ଭାଜିଲା ଲୋକଙ୍କର (ଭକ୍ତ ମାନଙ୍କର) ଆବେଗକୁ ଆପଣାର କରି ପ୍ରଭୁ ସେମାନଙ୍କ ଅଭିଷ୍ଟ ପୁର୍ଣ କରନ୍ତି । ତାଙ୍କର ବିସ୍ତାରିତ ମହାବାହୁ ସମସ୍ତଙ୍କୁ ତାଙ୍କ ଅନନ୍ତ ଓ ଅସୀମ ସତ୍ତାରେ ବିଲୀନ କରିଦେଇଥାଏ । ଅବଶ୍ୟ ଭକ୍ତଟିର ବିଚାରଧାରା ଅନୁସାରେ କେତେବେଳେ ସେ (ଭକ୍ତ )ଏହା ଅନୁଭବ କରିପାରେ, ଆଉ କେବେ ଭାବେ ପ୍ରଭୁ ଅବିଚାର କଲେ କି ?

ସେଥିପାଇଁ କାହାକୁ ତାରିବା ଅବା କାହାକୁ ମାରିବା ଭଳି ପରିସ୍ଥିତି ସୃଷ୍ଟି ହୁଏ । ହେଲେ ଶ୍ରୀଜଗନ୍ନାଥ ଥାଆନ୍ତି ଏସବୁର ଅନେକ ଉର୍ଦ୍ଧ୍ବରେ । ଆସନ୍ତୁ କବି ବିନୋଦିନୀ ରଥଙ୍କ ସହ ଗାଇବା :

ହେ ଚକାନୟନ, ଗରୁଡ଼ ଆସନ
ପତିତପାବନ ହରି
ନନ୍ଦର ନନ୍ଦନ, ବିପଦ ଭଞ୍ଜନ
ଦୀନବନ୍ଧୁ ଦୈତାରି ।

ଜୟ ଜଗନ୍ନାଥ

Leave A Reply

Your email address will not be published.