ଅନୀତା ପାଣି
ଏଇ ଉତ୍କଳ ସୁନାର ଉତ୍ପଳ ମୋ’ ପୂଣ୍ୟ ଜନମ ଭୂଇଁ,
ପହିଲି ସୂରୁଜ ସୁନେଲି ମୁରୁଜ ତା’ ମାଟିକୁ ଦିଏ ଛୁଇଁ ।
ଭାରତ ମାତାର ଜୟ ଜୟକାରେ ଧମନୀରେ ଛୁଟେ ପ୍ରାଣ,
ସୀମା ସରହଦେ ସୁପୁତ ରକ୍ଷକ ଛାତି ତା’ର ଶିରସ୍ତ୍ରାଣ ।
ପ୍ରଭାତେ ଓଁକାର ମନ୍ତ୍ର ବେଦଧ୍ଵନି ଆଖିପତା ଯାଏ ନଇଁ,
କୁସୁମ ମହକ ପଣତ ଉଡାଏ ବନବିଲ ପ୍ରାନ୍ତ ନଈ ।
ଭଲପାଇବାର ଚେତନା ପ୍ରସାରେ ଦେଖାଏ ଶାନ୍ତିର ପଥ,
ରାମାୟଣ ଗୀତା ଯାଗ ଯଜ୍ଞ ଯୋଗେ ଚଳାଏ ସଂସ୍କୃତି ରଥ ।
ହିମଗିରି ମଥା ମଉଳୀ ଉତଙ୍ଗ ଝଟକେ ଗୌରବ ଗାଇ,
କନ୍ୟାକୁମାରୀ ଶ୍ରୀପାଦ ପଖାଳେ ପ୍ରୀତିରେ ମଗ୍ନ ହୋଇ ।
ଦଶମିକ, ଶୂନ୍ୟ, ନକ୍ଷତ୍ର ଗଣନା ଜ୍ଞାନର ପ୍ରକାଶଧାରା,
ଭାତୃତ୍ବ ଭାବର ଆଦ୍ୟ ସଂଵୋଧନା ଉଦ୍ଭାସିତ ତେଜଭରା ।
ପୂଜ୍ୟ ପୂଜାନୀତି ଶ୍ରେଷ୍ଠ ଶିକ୍ଷାପଢେ ମୁଖରିତ ହୃଦଗୀତି,
ବନ୍ଦେ ମାତରଂ ଗାଇ ଗାଇ ବୀର ପାତି ଦେଇପାରେ ଛାତି ।
ସାଉଥ୍ ବଲଣ୍ଡା, ତାଳଚେର,୮୩୨୭୭୦୫୯୭୦
Comments are closed.