Latest Odisha News

BREAKING NEWS

ସନେଟ : ସପନ ସଞ୍ଜରେ

ଅଞ୍ଜଳି ଗିରି

ଆଶାୟୀ ହୃଦୟେ ରାତ୍ରି ଅଗଣାରେ ଚିକିମିକି ତାରାଫୁଲ,
ପ୍ରୀତି ପ୍ରଣୟରେ ବିରହ ଦୀପକ ସାଜିଣ ମାଗନ୍ତି ମୂଲ ।
ବହଳ ଚାନ୍ଦିନୀ ବିଞ୍ଚିଦେଇ ଜହ୍ମ ଜଗାଏ ମହୁଲି ନିଶା,
କିଛି କିଛି ସ୍ବପ୍ନ ଆବେଗ ଉଛ୍ୱ।ସ ବଖାଣିଲେ ହୃଦ ଭାଷା ।।

ଶାନ୍ତ ସମୀରଣ ଜାଗେ ଶିହରଣ ମଉଳା ମନକୁ ଛୁଇଁ,
ଅଳସ ପ୍ରହର ଚଞ୍ଚଳ ହୋଇଲା ନିଷିଧ କଥାଟି କହି।
ସ୍ବପ୍ନର ମୁକୁଳ ମୁକୁଳିତ ଧୀର ସୁଗନ୍ଧେ କଲା ବିଭୋର ,
ଚନ୍ଦ୍ରମା ଚାନ୍ଦିନୀ ନହୁଲି ଯାମିନୀ ଘେନିଗଲେ ବହୁଦୂର ।।

ଫଗୁଣ ସଞ୍ଜରେ ବସନ୍ତ କୁଞ୍ଜରେ କିଛି କିଛି ଥିଲା କଥା ,
ସୁମନ ସମ୍ଭାର ରଙ୍ଗର ବେଭାର ହରି ନେଲେ ମନ ବ୍ୟଥା ।।
ମହୁଲି ରାତିକୁ ନହୁଲି ଏମନ ଚାନ୍ଦିନୀ ଚମକ ଛୁଆଁ,
ଭିଯାଇଲା ସ୍ମୃତି ସଞ୍ଜରୁ ପାହାନ୍ତି କଲା ଆନମନା ଆହା ।।

ସ୍ମୃତି ଆଉ ସ୍ବପ୍ନ ଅଳସ ସଞ୍ଜରେ କରନ୍ତି ଚଞ୍ଚଳ ସତେ,
ରଙ୍ଗର ଆଟିକା ଭାଙ୍ଗି ଦେଇ ଗଲେ ନୂଆ ସ୍ବପ୍ନ ଦେଇ ଯେତେ ।।

ବାଙ୍ଗାଲୋର

Leave A Reply

Your email address will not be published.