ରଶ୍ମିତା ଦାସ
ମୁଁ ତ ଆତ୍ମହରା ପ୍ରେମର ତୃଷ୍ଣାରେ
ତୁମେ ଭରପୁରା ପୁଷ୍କରଣୀ ଟେ ।
ମୁଁଯେ ଦିଗହରା ଏକାକୀ ପଥିକ
ତୁମେ ପାନ୍ଥଶାଳା ସାହାରା ଟିଏ ।
ମୁଁ ଚୋରା ଚିଠିଟି ତୁମରି ପ୍ରେମର
ତୁମେ ତ କୁହାଟ ଡାକବାଲାର
ମୁଁଯେ ନିର୍ବାସିତା ଗୃହ ବନ୍ଦିନୀଟେ
ତୁମେ ଅଦିନିଆ ବର୍ଷାର ଝର ।
ମୁଁ ଝୁରି ହେଉଥିବା ଲୁହ ଝରକା
ତୁମେ ପୀରତିର ଇପ୍ସିତ ମୁଖ
ମୁଁ ସ୍ବପ୍ନ ରାଇଜ ରାଜକୁମାରୀ ଟେ
ତୁମେ ନିଦ୍ରାଭରା ରାତ୍ରୀର ସୁଖ
ମୁଁ ସୁରଭି ଜଡିତ ଫୁଲର ସମ୍ଭାର
ତୁମେ ମହୁମାଛିର ଗଚ୍ଛିତ ପ୍ରେମ ।
ମୁଁଯେ ପ୍ରୀତିଭରା ସୁଗମ କବିତା
ତୁମେ ସାତ ସ୍ୱର ମୁରଲୀ ସ୍ଵନ ।
ରଶ୍ମିତା
ହାଇଦ୍ରାବାଦ
Comments are closed.