ମନୋଜ ରଥ
ମୁଁ ନିଆଁ ହୁଏଁ କି ଜହ୍ନ
ଏକୁଟିଆ ଜଳେଁ
କେବେ ଛାତି ରେ
କେବେ ରାତିରେ l
ମୋର ସବୁ ସମାପ୍ତି ରେ
ତମେ ପୁନଃ ଆରଂଭ
ମୋର ସବୁ ଅପ୍ରାପ୍ତି ରେ
ତମେ ପୁନଃ ପ୍ରାରମ୍ଭ l
ଚଳ ପ୍ରଚଳ ପୃଥ୍ୱୀରୁ ଆଜି
ବେଦଖଲ୍ ମୋର ସବୁ ଯୁକ୍ତିଯୁକ୍ତ ଦାବୀ
ବିଚାରକ ନିଜେ ଇ ବଂଦୀ ନିଜ ଭିତରେ
ତମ ବାହୁ ର ବାରିକେଡ୍
ଡେଇଁ ଯିବାକୁ ଇଚ୍ଛା ନାଇଁ ମୋର ସତରେ
ଆମ ଜାଆଁଳା ଆତ୍ମା ବହିଥିବା
ତମ ବକ୍ଷର ସାମ୍ରାଜ୍ୟ ରେ
ବାସନ୍ଦ ରହିବାରେ ମୋର
ମୋକ୍ଷ ପ୍ରାପ୍ତି ଦେବୀ l
ଯେତେ ଶକ୍ତ ବଂଧନ ରେ
ଆବଦ୍ଧ ଥିଲେ ସୁଦ୍ଧା
ଅଣ ନିଶ୍ୱାସୀ କରେନି ପରା
ପ୍ରେମ ? ଆସ ତମ ଚୁଂବନ ରେ
ବନ୍ଦ୍ କରି ନିଶ୍ୱାସ ପରଖିବି
ମୋ ଫୁସ୍ ଫୁସର ଶକ୍ତି l
(ଅଧ୍ୟାପକ, ଇଂରାଜୀ ବିଭାଗ, ଇନ୍ଦ୍ରାବତୀ ମହାବିଦ୍ୟାଳୟ, ଇନ୍ଦ୍ରାବତୀ, ନବରଂଗପୁର-୭୬୪୦୮୫)
Comments are closed.