ଅନିମା ସ୍ମୃତି ପ୍ରଜ୍ଞା
ଦେଖିଛ କି ସେ ନାରୀ କୁ
ଯେ ଗୋଟେ ପ୍ରହେଳିକା,,
ଭୟାବହ ତାର ଚାହାଣୀ
ଗାଢ଼ ଲାଲ୍ ଆଖି ଜଳକା,,
ମୃଦୁ ନୁହେଁ ତାର ଝଙ୍କାର
ଶବ୍ଦ ତାର ନିଆଁ ଫୋଟକା,,
ଗୋଲାପୀ ତାର ଲାଜ ନୁହଁ
ନମଃ ନମଃ ମା ଚଣ୍ଡିକା,,,
ଅଛି କି ସେ ନାରୀ?
ନା ନା ସେ ଯେ ଅତୃପ୍ତା,,
ଶାନ୍ତ ସେ ଏକ ସରିତା
ନିଜ ଅନ୍ତରାଗ୍ନି ରେ ଭସ୍ମ
ହୁଏ ସବୁବେଳେ ତାର
ତୀକ୍ଷ୍ଣ ଏବଂ କୋମଳ
ଆତ୍ମା ସଳିତ।।।।
Comments are closed.