Latest Odisha News

BREAKING NEWS

ପ୍ରେମିକକୁ ଜ୍ୱାଇଁ ବନାଇ ହତ୍ୟା କଲା ଶାଶୁ

ତେଲେଙ୍ଗାନା: ଜ୍ୱାଇଁକୁ ହତ୍ୟା କରି ଆତ୍ମସମର୍ପଣ କଲା ଶାଶୁ । ଗୁରୁବାର ହାଇଦ୍ରାବାଦରେ ଘଟିଥିବା ଏହି ଘଟଣା ସାଧାରଣରେ ଆଲୋଡନ ସୃଷ୍ଟି କରିଛି । ଜାଣି ଆଶ୍ଚର୍ଯ୍ୟ ହେବେ ଝିଅ ପ୍ରତି ନିର୍ଯ୍ୟାତନା ନୁହେଁ କି ଜ୍ୱାଇଁ ମାଗିନଥିଲା ଅଧିକ ଯୌତୁକ ଟଙ୍କା । ବରଂ ଅନୈତିକ ପ୍ରେମ ସଂପର୍କ ସାଜିଥିଲା ହତ୍ୟାକାଣ୍ଡର ମୁଖ୍ୟ କାରଣ ।

୩୨ବର୍ଷୀୟ ଜ୍ୱାଇଁ ନିଦରେ ଶୋଇଥିଲାବେଳେ ଛୁରି ଭୁଷି ତାକୁ ହତ୍ୟା କରିଥିଲା ପ୍ରେମିକା ଶାଶୁ । ଶାଶୁ ଓ ଜ୍ୱାଇଁ ମଧ୍ୟରେ ଥିଲା ପ୍ରେମ ତଥା ଅନୈତିକ ସଂପର୍କ । ତେବେ ହତ୍ୟାକାଣ୍ଡ ପରେ ଶାଶୁ ଉପ୍ପଲ ପୋଲିସ ଥାନାରେ ଆତ୍ମସମର୍ପଣ କରିଥିଲା ।

ପୋଲିସ ରିପୋର୍ଟ ଅନୁଯାୟୀ ଅଭିଯୁକ୍ତ ମହିଳାଙ୍କ ସ୍ୱାମୀ ତାଙ୍କୁ ଛାଡି ଚାଲିଯିବା ପରେ ସେ ଏକାକି ରହୁଥିଲେ । ପରେ ଜଣେ ବ୍ୟକ୍ତିଙ୍କ ସହ ସେ ସ୍ଥାପନ କରିଥିଲେ ଅନୈତିକ ପ୍ରେମ ସଂପର୍କ । ଏହି ସଂପର୍କକୁ ଆହୁରି ମଜବୁତ କରିବା ଲାଗି ମହିଳା ଜଣକ ନିଜ ଝିଅ ସହ ୨୦୧୯ରେ ପ୍ରେମିକକୁ ବିବାହ କରାଇଥିଲେ । ଫଳରେ ପ୍ରେମିକ ସାଜିଥିଲା ଜ୍ୱାଇଁ ।

ସମୟକ୍ରମେ ମହିଳାଙ୍କ ଝିଅ ନିଜ ସ୍ୱାମୀ ଓ ମାଆର ଅନୈତିକ ସଂପର୍କ ବିଷୟରେ ଜାଣିବାକୁ ପାଇଥିଲା । ଏ ନେଇ ସେ ପ୍ରତିବାଦ କରିବାରୁ ଦୁହେଁ ତାକୁ ଘରୁ ବାହାରିଯିବାକୁ ଧମକ ବି ଦେଇଥିଲେ । ନିଜ ମାଆ ଓ ସ୍ୱାମୀର କଳଙ୍କିତ କାରନାମାର ବୋଝ ସହିନପାରି ଶେଷରେ ସେ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଥିଲେ ।

ଆତ୍ମହତ୍ୟା ମାମଲାରେ ଦୁହେଁ ଗିରଫ ହୋଇଥିଲେ ବି ପରେ ବେଲ୍‌ରେ ମୁକୁଳିଥିଲେ । ଏହି ଘଟଣା ପରେ ଜ୍ୱାଇଁ ପୁଣିଥରେ ନିଜ ଶାଶୁ ପ୍ରେମରେ ବିଭୋର ହୋଇ ତାକୁ ଘରକୁ ଆଣିଥିଲା । ହେଲେ ଏଥର କିନ୍ତୁ ଚିତ୍ର ବଦଳିସାରିଥିଲା । ସ୍ତ୍ରୀର ଆତ୍ମହତ୍ୟାକୁ ନେଇ ଶାଶୁକୁ ଦାୟୀ କରି ଜ୍ୱାଇଁ ତାକୁ ମାରଧର କରିଥିଲା । ପ୍ରେମିକ ଜ୍ୱାଇଁର ଏପରି ତାଡନା ସହିନପାରି ଶେଷରେ ତାକୁ ରାସ୍ତାରୁ ହଟାଇବାକୁ ନିଷ୍ପତ୍ତି ନେଇଥିଲା ପ୍ରେମିକା ଶାଶୁ ।

Leave A Reply

Your email address will not be published.