ଜୟଶ୍ରୀ ଦାଶ
ଶେଷ ଶ୍ରାବଣର ଭିଜା ବରଷାରେ
ଭିଜିବାକୁ କଥା ଥିଲା
ଜହ୍ନ ରାଇଜରେ ଜୋଚ୍ଛନା ଜୁଆରେ
ହଜିବାକୁ କଥା ଥିଲା
ସୁନେଲୀ ସଂଜ ରେ ସାଗର ବେଳାରେ
ତୋଳିବାକୁ ବାଲି ଘର
କଥା ଥିଲା ପ୍ରିୟ ପରଷି ଦେବାକୁ
ପ୍ରୀତିର ପୀୟୁଷ ଝର
ସପନ ବଣିକ ସାଜି ଦରିଆରେ
ସୁଖର ନଉକା ବାହି ବାହି
ଭାସିବାକୁ ଥିଲା ଉଜାଣି ଢେ଼ଉରେ
ମେଘର ମଲ୍ହାର ଗାଈ ଗାଈ
କଂବ୍ର କବରୀରେ ପ୍ରୀତି ର ଗୋଲାପ
ଖୋସୀବାକୁ ଥିଲ କଥା ଦେଇ
ବିଦୁରିତ ଏଇ ତନୁ ପ୍ରାଣେ ମୋର
ପ୍ରେମ ଫଲଗୁଧାରା ବରସାଇ
ସପ୍ନ ର ନିଡ ଗଢ଼ିବାକୁ ଥିଲା
ସ୍ନେହ ସରଧାର ନିଅ ଦେଇ
ପାହାନ୍ତି ପ୍ରହରେ ଘର ଅଗଣାରେ
ଖୁସି ର ମୁକୁତା ବରସାଇ
ସପ୍ନର ଶେଫାଳୀ ମଉଳି ଗଲାଣି
ନୀରବ ନିଶୀଥେ ଚାହିଁ ଚାହିଁ
କେତେ ଦୀର୍ଘ ଶ୍ୱାସ କବର ନେଲାଣି
ତୁମରି ବାଟକୁ ଚାହିଁ ଚାହିଁ
କ୍ଷୀଣ ହୋଇ ଆସେ ତନୁ ମୋର ଯେବେ
ସୁଖୀ ସୁଖୀ ଆସେ ମୋର ଝର
କଳ୍ପନା ବିଳାସୀ ମନ ମୋର ଦେଖେ
ସପନ ମଧୁର ମିଳନର
Comments are closed.