Latest Odisha News

BREAKING NEWS

ଓଡ଼ିଆ ସିନେମାରେ ଗୀତ ଗାଇଲେ ଦୁଲେ ରାପର

ଭୁବନେଶ୍ୱର: ୟୁଟ୍ୟୁବ ସେନ୍ସେସନ ତଥା ଖପର ଘରର ରାପର ଭାବେ ପରିଚିତ କଳାହାଣ୍ଡିର ଦୁଲେଶ୍ଵର ତାଣ୍ଡି ଓରଫ ଦୁଲେ ରାପରଙ୍କୁ ଓଡ଼ିଆ ସିନେମାରେ ଗୀତ ଗାଇଛନ୍ତି।

ତାଙ୍କୁ ଚଳଚ୍ଚିତ୍ରର ଜଣାଶୁଣା ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ ତାଙ୍କ ଆଗାମୀ ଚଳଚ୍ଚିତ୍ର ପାଇଁ ଗୀତ ଗାଇବାର ସୁଯୋଗ ଦେଇଛନ୍ତି।

ଦୁଲେ ରାପରଙ୍କ ସହିତ ସୁନ୍ଦରଗଡ଼ର ଝିଅ ସ୍ଵର୍ଣ୍ଣରେଖା ଏବଂ ଲୋକପ୍ରିୟ କଣ୍ଠଶିଳ୍ପୀ ଆଶୁତୋଷ ମଧ୍ୟ ଏହି ଗୀତରେ କଣ୍ଠଦାନ କରିଛନ୍ତି।

‘ଜିଓ ଵାଲା ଆଣ୍ଟି’ ଶୀର୍ଷକ ଏହି କମର୍ସିଆଲ ଗୀତଟିକୁ ଗୀତିକାର ସୁବ୍ରତ ସ୍ୱାଇଁ ରଚନା କରିଛନ୍ତି। ଯାହାର ପ୍ରଯୋଜନା ଭାର ତୁଲାଇଛନ୍ତି ସୁଶାନ୍ତ କୁମାର।

ମ୍ୟୁଜିକ ମସ୍ତି ବ୍ୟାନରରେ ନିର୍ମିତ ନାମକରଣ ହୋଇନଥିବା ଆଗାମୀ ଚଳଚ୍ଚିତ୍ରରେ ଏହା ସ୍ଥାନ ପାଇବ।

ପୂର୍ବରୁ ‘ସୁନୋ ସର୍କାର’ ରାପ ଗାଇ ସୋସିଆଲ ମିଡିଆରେ ରାତାରାତି ଚର୍ଚ୍ଚିତ ହୋଇଥିଲେ ଦୁଲେ ରାପର। ଭାଇରାଲ ହୋଇଥିବା ଏହି ଗୀତ ପାଇଁ ବଲିଉଡ଼ର ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ ବିଶାଲ ଦଦଲାନିଙ୍କଠୁ ଆରମ୍ଭ କରି ସ୍ଵରା ଭାସ୍କର, ସୋନା ମହାପାତ୍ର ଓ ବରିଷ୍ଠ ସାମ୍ବାଦିକ ବର୍ଖା ଦତ୍ତଙ୍କ ପର୍ଯ୍ୟନ୍ତ ସମସ୍ତେ ତାଙ୍କର ପ୍ରଶଂସା ମଧ୍ୟ କରିଥିଲେ।

ବଗଶାଲ ତାଙ୍କୁ ବଲିଉଡରେ ଗାଇବାର ଅଫର ଦେଇଥିଲେ ବି ଦୁଲେ ଓଡ଼ିଆ ସିନେମାରେ ଗୀତ ଗାଇବାକୁ ଇଚ୍ଛା ରଖିଥିଲେ। ଆଉ ତାଙ୍କର ଇଚ୍ଛାକୁ ପୂରଣ କରିଛନ୍ତି ମ୍ୟୁଜିକ ମେକର ପ୍ରେମ ଆନନ୍ଦ।

 

Leave A Reply

Your email address will not be published.