Latest Odisha News

କବିତା : ନାରୀ

ବିଳାସିନୀ ପୃଷ୍ଟି

ନାରୀ ତୁ ସଂସାରେ ବନ୍ଦନୀୟା ବୋଲି
ଧରିତ୍ରୀ ରୁପେ ତୋ ନାଁଆ
ଅଭୟ ଦାୟିନୀ ମଙ୍ଗଳା ବୋଲାଉ
ଦୟାମୟୀ ହୋଇ ମାଆ।

କ୍ରୋଧ ବେଳେ ତୁହି ସଂହାର କାରିଣୀ
ନିସ୍ତାର ନ ପାନ୍ତି କେହି
ବସୁଧା ରୂପରେ କରୁ ତୁ ପାଳନ
କେତେ ବାଧା ବିଘ୍ନ ସହି।

ଜାୟା ଓ ଜନନୀ ଭଗିନୀ ରୂପରେ
ସଂସାରେ ତୋହର ସ୍ଥାନ
ନାରୀ ନୁହେଁ ତୁହି ଜଗତ ବନ୍ଦିନୀ
କେତେ ରୁପେ କେତେ ନାମ।

କେତେବେଳେ ତୁହି ଜଗତ ପାଳିନୀ
କେତେବେଳେ ସଂହାରିଣୀ
ତୋତେ ଯେ ବୁଝିଛି ମୁଖରେ ତାହାର
ସଦା ଜଗତ ବନ୍ଦିନୀ
ସଦା ଜଗତ ବନ୍ଦିନୀ

ଭୁବନ, ଢେଙ୍କାନାଳ

Comments are closed.