Latest Odisha News

BREAKING NEWS

କବିତା : ସେ କିଏ ?

ଗଦାଧର ସାହୁ

ଯାହା କହିଥିଲି
କିଏ ସେ ଶୁଣିଛି
କହି ପାରିବ କି ସିଏ,
ଯିଏ ସେ କହିବ
ସତ ଅବା ମିଛ
ଯେମିତି ଶୁଣିଛି ସିଏ ।

ଜଣକ କଥାକୁ
ଆରେକ କହିଲେ
ଫରକ ନିଶ୍ଚୟ ଥାଏ,
ଅଖଣ୍ଡ ବିଶ୍ୱାସ
ତା କଥାରେ କଲେ
ଅସୁବିଧା ଆସିଯାଏ ।

ଶୁଣିବା ଲୋକକୁ
କହିବା ଲୋକକୁ
ମୁହାଁମୁହିଁ କରିଦେବ,
ଦୁହିଁଙ୍କୁ ଶୁଣିବ
ସତ କିଏ ମିଛ
ଶୁଣି ମୁଣ୍ଡେ ହାତଦେବ ।

ଉତ୍ତର ମିଳିଲା
ପ୍ରଶ୍ନ ମିଳିଗଲା
ନିଜେ ହିଁ ନିଜକୁ ପୁଚ୍ଛ,
ଯାହା ଶୁଣିଅଚ୍ଛ
ଯାହା କହି ଅଛ
କେତେ ସତ କେତେ ମିଛ ।

ବ୍ରହ୍ମଗିରି, ପୁରୀ

Leave A Reply

Your email address will not be published.