Latest Odisha News

BREAKING NEWS

କବିତା : ବୈଶାଖୀ

ଗଦାଧର ସାହୁ 

ଚୈତ୍ର ଚାଲିଗଲା
ବୈଶାଖ ଆସିଲା
ଧରି ନିଦାରୁଣ ପେଡି,
ପିଡା ପରେ ପିଡା
ପେଡିରୁ କାଢିକି
ଆମକୁ ଦେବ ଫୋପାଡି ।

ତତଲା ପବନ
ଝାଞ୍ଜି ବୁହାଇବ
ଦେହ ମୁହଁ ଦେବ ପୋଡି,
ଶରୀରେ ଆମରି
ଉତ୍ତାପ ବଢାଇ
ଅଂଶୁଘାତେ ଦେବ ମୋଡି ।

କାଳ ବଇଶାଖୀ
ଅକାଳେ ବହିବ
ପବନ ମେଘ ବିଜୁଳି,
ବଜ୍ରାଘାତ ହେବ
କରକା ପଡିବ
ଫସଲ ଯିବ ଉଜୁଡି ।

ଧନ ହାନି ହେବ
ପିଣ୍ଡୁ ପ୍ରାଣ ଯିବ
ହାହାକାର ଆସେ ମାଡି,
କାଳ କାଇଶାଖୀ
ନିଦାରୁଣ ସାକ୍ଷୀ
ନପାରିବେ କେହି ତଡି ।

ଦୋଷ ନାହିଁ ତାର
ଦୋଷ ହିଁ ଆମର
ପ୍ରକୃତି ସହିତ ଯୁଦ୍ଧ,
ବେଳୁ ସାବଧାନ
ନ ହୋଇଲେ ଧନ
ବୈଶାଖୀ କରିବ ବଦ୍ଧ ।

ବ୍ରହ୍ମଗିରି

Leave A Reply

Your email address will not be published.