Latest Odisha News

କବିତା : ଅମୃତ ବିଷ

ଗଦାଧର ସାହୁ

BjdElectrycity

ଅମୃତ ଜୀବନେ
ବିଷ ଭରିଅଛ
ପାନ କର ନିତିଦିନ,
ବିଷୟା ଭାବର
ସର୍ପର ଦଂଶନେ
ଏ ଜୀବନ ଶିରିହିନ ।

ଆମେ ଭାବୁ ଥାଉ
ଆମକୁ ବିବେକି
ଅବିବେକି କାର୍ଯ୍ୟକରି,
ନିଜ ସ୍ବାର୍ଥ ପାଇଁ
ଆନର ଗଳାରେ
ଭୁସି ଦେଉଥାଉ ଛୁରି ।

କେବେ ସୁଧୁରିବ
କିଏ ସେ କହିବ
ନିଜେ ନିଜକୁ ପଚାର,
ନିଜକୁ ପଚାରି
ନିଜେ ବୁଝିଗଲେ
ବିଷ ଭାବ ହେବ ଦୂର ।

ଭାବରେ ଅଭାବ
ଅଭାବରେ ଭାବ
ଏ ବଡ ଗହନ ଭାବ,
ଏ ଭାବ ଯେ ନିତି
ଦୋହନ କରିବ
ତାର ନଥିବ ଅଭାବ ।

ହିଂସା ଦ୍ବେଷ ଭାବ
ତାର ଦୂର ହେବ
ବିଷ ଭାବ ଯିବ ସରି,
ଅମୃତ ପିଆଲା
ଅଚିରେ ପୂରିବ
ପାନ କରି ହେବ ହରି ।

ବ୍ରହ୍ମଗିରି

Leave A Reply

Your email address will not be published.