Latest Odisha News

କବିତା : କେବଳ ତୁମର

ଈଶ୍ୱରୀ 

କର୍ତ୍ତବ୍ୟର ଦ୍ୱାହିରେ ମୁଁ ବାଣ୍ଟିଦେଲି
ସୁନେଲି ଆୟୁଷ
ବାଲ୍ୟ-ଚପଳତା ଭରା କୈଶୋରର
ପ୍ରଗଳ୍ଭା ବୟସ।।

ଜୀବନର ଅପରାହ୍ନେ ଇଛାପୂର୍ଣ୍ଣ
ବାଞ୍ଛିତ ଯୌବନ
ଅନୁଭବେ ତୋ ସାଥିରେ ପୁଷ୍ପରାଜି
ପ୍ରୀତିର କାନନ।।

କାମଦେବ ପଞ୍ଚପୁଷ୍ପ ଶରବିଦ୍ଧ
ଶରୀର ଅଥୟେ
ଭୂମିରୁ ଭୂମାକୁ ବ୍ୟାପ୍ତ ସ୍ପର୍ଶ ତୋର
ମୋ ମନ ହୃଦୟେ।।

ତୋ’ସାଥେ ମୁଁ ପାହାଡ଼ରେ-ଝରଣାାରେ
କେବେ ନଦୀତୀରେ
ଟୋଲ-କେନ୍ଦୁ,ଆମ୍ବତୋଳା-ନିମମୂଳେ
ଧାନ-କିଆରୀରେ।।

ଜୀଇଁବାକୁ ଇଛା ଆଜି ତୋ’ସାଥିରେ
ନିଆରା ଢଙ୍ଗରେ
ହଜିବାକୁ ତୋ’ଭିତରେ ମନ ଚାହେଁ
ପ୍ରତି ମୁହୂର୍ତ୍ତରେ।।

ଜୀବନ୍ୟାସ-ମନ୍ତ୍ର ପରେ ନବଜନ୍ମ
ଜୀବନ ସଞ୍ଚାର
ତୁମ ସାରା ବିଶ୍ବାଧାରେ ଈଶ୍ୱରୀ ତ
କେବଳ ତୁମର।।

 ବାଲେଶ୍ଵର

Comments are closed.