Latest Odisha News

BREAKING NEWS

କବିତା : ଛଳନାର ଇନ୍ଦ୍ରଜାଲ

ସଞ୍ଜୀବ ନାୟକ

ଶରୀରଟା ସିନା ବଳି ପଡିଯାଏ
ଛଳନାର ଇନ୍ଦ୍ରଜାଲରେ
ଆତ୍ମାପରା ବନ୍ଧା ବିଗତ ପ୍ରିୟାର
ସ୍ମୃତିଭିଜା ପ୍ରୀତି ସ୍ପର୍ଶରେ !!

ବିଧୁରା କାହାଣୀ କେତେ ମୁଁ ଲେଖିବି
ମନ ତଳ ଅମା ଅନ୍ଧାରେ
ଆଜି ମଧ୍ୟ ତୃଷ୍ଣା ବତୁରି ରହିଛି
ପାଟଳି ପଣତ ତାରାରେ !!

ଜହ୍ନର ଜ୍ୟୋତ୍ସ୍ନାରେ ଦେହ ପୋଡ଼ିଯାଏ
ଅନାହୃତ ଚକ୍ରବ୍ୟୁହରେ
ମାୟାବିନୀ ରାତ୍ରୀ ଅବନୀ ଆଖିରେ
ଘୋଟିଛି ବହଳ ଛାୟାରେ !!

ଅପୂର୍ଣ୍ଣ ଆଶାର ରୁଦ୍ଧ ବାତାୟନ
ବିଗତ ପ୍ରିୟାର ସ୍ମୃତିରେ
ଲୁହର ବୁନ୍ଦାରେ ବୁଣି ହୋଇଯାଏ
ଆରବ୍ୟ ବିନିଦ୍ର ନେତ୍ରରେ !!

ଜୁର ଏ ଜୀବନ ଯୌବନ ଆଜି
ଭିଜୁଛି ମୋହିନୀ ମାୟାରେ
ବିଧୁରା ରାଗିଣୀ ହୃଦୟରେ ତୋଳେ
ଅଧୁନା ସିନ୍ଦୁରି ଛଳରେ !!

ଶ୍ରୀକଣ୍ଠ ପୂର , ବାଲେଶ୍ୱର

Comments are closed.