Latest Odisha News

BREAKING NEWS

କବିତା : ତୁମେ ଏମିତି

ସଫଳା ଦାସ 

ତୁମେ ମନ ପଡ
ନିଶବ୍ଧ ରାତ୍ରିରେ
ନିରବତା ନୟନରେ
ପୁଣି ମନେ ପଡ ଅଦିନ ବର୍ଷାରେ
ବିଜୁଳି ଚମକେ ଦେହେ ।

ତୁମ ଗୁମସୁମ୍ ସତେକି
ରାଗ ଅଭିମାନରେ ଦିଏ କିଛି କଷ୍ଟରେ

ପୁଣି ବେଶୀ ମନେ ପଡ
ତୁମ ଚାହାଣୀରେ ଆଖି ଥାଉ ।

ଶୀତ ଅନୁଭବେ ଉଷ୍ଣ ଶିହରଣେ
ତୁମ ମିଠା କଥା ଯେତେ ଥାଏ
ତୁମକୁ ଖୋଜିବା ସେତିକି ମୋ ପାଇଁ
ମନେ ମୋର ପଡ଼ିଯାଏ ।

କଟକ

Leave A Reply

Your email address will not be published.