Latest Odisha News

BREAKING NEWS

କବିତା : ପ୍ରେମୀ ପକ୍ଷୀ

ତେଜସ୍ୱିନୀ ପଣ୍ଡା 

ଚାଲ୍ ଉଡ଼ିଯିବା ଏକ ସୁଦୂର ପ୍ରସାରୀ
ପ୍ରେମୀ ସହରକୁ,
ଯେଉଁଠି ନଥିବ ଯାତନା, ପ୍ରତାରଣା ଓ
ନିଷ୍ଠୁର ଘାତକତା ।

ଆକାଶଉଚ୍ଚା ଗଛ ଦେଖି ବସା ବାନ୍ଧି
ଆରମ୍ଭ କରିବା ଆମ ଜୀବନ,
ସେଇଠି କେବଳ ତୁ ଥିବୁ ଆଉ
ମୁଁ କରୁଥିବି ତୋ ପ୍ରତି ଅଭିମାନ ।

ମୁଁ ନିଶ୍ଚୟ ମାପିବି ତୋ ହୃଦୟ
ଆବେଗର ଗଭୀରତା,
ଆମେ ଦୁଇ ପକ୍ଷୀ ମିଶି ସାଗରରେ
ଗଢିବା ଦୁଇ ମନରେ ଅଲିଭା ବନ୍ଧୁତା ।

ବାରିଧିର ବାରିପାତ ରେ ଦିନେ
ଭିଜିବା ଅଦେଖା ରଜନୀରେ,
ଘଞ୍ଚ ବନରେ ଘୁରି ବୁଲିବା ଶୀତର
ଦକ୍ଷିଣ ମଳୟରେ ।

ସୁନ୍ଦରୀ ପୂର୍ଣ୍ଣିମା ଜହ୍ନରେ ତୁ ଜାଣିବୁ
ମୋ ନିବିଡ଼ର ନିବିଡ଼ତା,
ଦୁଇ ପକ୍ଷୀ ମିଶି ଯୋଡ଼ିବା ପୁଣି ଆତ୍ମା
ଆତ୍ମାର ଆତ୍ମୀୟତା ।

ତୁ ହିଁ ମୋ ଏକମାତ୍ର ଦୁର୍ଲଭ୍ଯ ବନ୍ଧୁଟିଏ
ଆଉ ମୁଁ ତୋ ମନ ନଈ ର ନାଉରୀଟିଏ
ଚାଲ୍ ଉଡିଯିବା ସେଇ ହୀରାମୁକ୍ତା ଭରା
ନୀଳ ସମୁଦ୍ରକୁ…!

ସାଦେଇପୁର,ଜଗତସିଂହପୁର ମୋ-୯୬୯୨୩୬୧୪୦୪

Leave A Reply

Your email address will not be published.