Latest Odisha News

BREAKING NEWS

ଅନୁବାଦ କବିତା : ବୃଦ୍ଧ ପେନସନାର ବିଳାପ

ମୂଳ ରଚନା : ଉଇଲିୟମ ବଟଲାର ୟେଟସ୍ 

ଆଜି ଯଦିଓ ମୁଁ ଏ ବର୍ଷାରେ ନେଇଛି ଆଶ୍ରୟ
ଏକ ଭଙ୍ଗା ଗଛ ତଳେ
ଦିନେ କିନ୍ତୁ ମୋ ଚଉକି ଥିଲା
ଚୁଲି ପରୁ ଖୁବ୍ ନିକଟରେ
ପ୍ରତ୍ୟେକ ବନ୍ଧୁ ମିଳନରେ
ଯେତେ ଚର୍ଚ୍ଚା ହେଉଥିଲା
ପ୍ରେମ ଏବଂ ରାଜନୀତିକୁ ନେଇ
ମାତ୍ର ଏ ସମୟ, ସେ ସବୁକୁ ଦେଲା ବଦଳାଇ ।

ଏବେ ବି କିଛି ଯୁବକ
ହାତରେ ଖଣ୍ଡା ବର୍ଚ୍ଛା ନେଇ
କରୁଛନ୍ତି ବିଭିନ୍ ଚକ୍ରାନ୍ତ
ଏବଂ ପାଗଳ, ପାଜି, ବଦମାସ
ମଣିଷଙ୍କ ଅତ୍ୟାଚାର ବିରୁଦ୍ଧରେ
ଉତ୍ତୋଳନ କରୁଛନ୍ତି
ନିଜର କ୍ରୋଧିତ ସ୍ଵର
ମୋର କିନ୍ତୁ
ସବୁ ଚିନ୍ତା ସବୁ ଧ୍ୟାନ
କେବଳ ସମୟ ଉପରେ
କଲା ଯିଏ ମୋର ଏଇ ବିବର୍ତ୍ତନ।

ଏମିତି ତ କେହିବି ମହିଳା ନାହିଁ।
ଭଙ୍ଗା ଗଛ ଉପରେ ଯିଏ ନେବ ତାର ଦୃଷ୍ଟିକୁ ବୁଲାଇ
ଏବଂ ତା ସତ୍ତ୍ୱେ ମୁଁ ଭଲ ପାଇଥିବା
ସୁନ୍ଦରୀ ଯୁବତୀ ମାନେ
ମୋ ସ୍ମୃତିରେ ଏବେ ବି ସତେଜ
ମୁଁ କିନ୍ତୁ ଥୁକୁଛି ସେଇ ସମୟ ମୁହଁରେ
ଯିଏ ମୋର ପୂର୍ବ ରୂପ ଦେଲା ବଦାଳାଇ ।

ଅନୁବାଦ: ମନୋରଞ୍ଜନ ହୋତା

Comments are closed.