Latest Odisha News

ଅନୁବାଦ କବିତା : ସ୍ମାରକ

ମୂଳ ବଙ୍ଗଳା : ସୁକାନ୍ତ ଭଟ୍ଟାଚାର୍ଯ୍ୟ

ଆଜି ରାତି ଶ୍ରାବଣର ଏଇ ମେଘ
ହଠାତ୍ ଯଦି ଫେରିଯାଏ
ତେବେ ବି ପଡ଼ିବ ମନେ
ଚଞ୍ଚଳ ପବନ ଯଦି ଫେରେ କେବେ
ହୃଦୟର ଅଗଣାରେ
ରଜନୀଗନ୍ଧାର ଅରଣ୍ୟରେ
ତେବେ ବି ପଡ଼ିବ ମନେ ।

ଆଜି ବି ଯଦି ପକ୍ଷୀର ଡେଣା
ଉଡ଼େ ସେଇ ଦୂର ଦିଗନ୍ତରେ
ବନ୍ୟାର ମହାବେଶ ନେଇ
ତେବେ ବି ମୋର ସ୍ତବ୍ଧ ହୃଦୟର।କ୍ରନ୍ଦନ ବିସ୍ତାରି ଯିବ
ମୁକ୍ତିର ଢେଉ ହୋଇ
ବନ୍ୟାର ମହାବେଗ ନେଇ ।

ବାସର ରାତିର ସକାଳ ପରି
ସ୍ୱପ୍ନ ଯଦି ହୋଇଯାଏ ଲୟ
ବିନିଦ୍ର କଳରବରେ
ତେବେ ବି ବାଟର ଶେଷ ସୀମାକୁ
ଚିରଦିନ ଅନାଇ ଅନାଇ
ପାର ହୋଇ ଯିବାକୁ ପଡ଼ିବ
ବିନିଦ୍ର କଳରବରେ ।

ଉତ୍ସବହୀନ ରାତିରେ
ଶୂନ୍ୟ ଯେବେ ମଦିରାର ପାତ୍ର
ବିଷର୍ଣ୍ଣ ଅବସାଦରେ
ସେତେବେଳେ ମନେହୁଏ
ସୁପ୍ତିର ତୃଷା, କ୍ଷୁବ୍ଧ ନୟନରେ
କାନ୍ଦୁଛି ଅସ୍ଥିର ହୋଇ
ବିଷର୍ଣ୍ଣ ଅବସାଦରେ ।

ନିର୍ଜନ ରାସ୍ତାରେ ହଠାତ୍
ପବନର ଆସକ୍ତିହୀନ ମାୟା
ଉଡ଼ାଏ ଧୂଳିରେ ଦୂରେ
ମୋର ବିରାଗୀ ମନର କୋଣରେ
କାହାର ଗୋପନ ଛାୟା
ନିଃଶ୍ୱାସ ମାରୁଛି ସୁରେ
ଉଡ଼ାଏ ଧୂଳିରେ ଦୂରେ।

କାହାର ଚକିତ ଓ ଅଧିର ଚାହାଣୀ
ଚାହିଁ ଅତୀତରେ
ସାରା ରାତି କଟାଏ କାନ୍ଦଣାରେ
ଜୁଲୁ ଜୁଲିଆ ପୋକର
ଆଲୋକରେ
ଛବି ଦେଖି ଜୋଛନାତ
ଜାଳେ ନାହିଁ ତା ନିଜ ଆଲୁଅ
କ୍ରନ୍ଦନରେ ରାତିଟି କଟାଏ ।

ବିରହୀଣିମାନେ ହାୟ ସୂର୍ଯ୍ୟର ଆଲୋକ
ଦେଖି ନାହିଁ କେବେ ହେଲେ ଦିନେ
ଆଜି ରାତି ଶ୍ରାବଣର ଏଇ ମେଘ
ହଠାତ୍ ଯଦି ଫେରିଯାଏ
ହୁଏତ ପଡ଼ିବ ମନେ
ରଜନୀ ଗନ୍ଧାର ଅରଣ୍ୟରେ।

ଅନୁବାଦ : ମନୋରଞ୍ଜନ ହୋତା 

Leave A Reply

Your email address will not be published.