ମୂଳବାଂଲା : ଆଲ ମାହମୁଦ
ରାସ୍ତା ଘାଟରେ ବୁଲି ବୁଲି
ଖୋଜି ଖୋଜି ଚାଲେ
ଲୋକେ ପଚାରନ୍ତି, ଦେଖ
କଣ ଖୋଜୁଛି ଏଇ କବି ?
ସୁନାର ଟଙ୍କା ହଠାତ ମିଳିବ
ଏଇ କଥା ଭାବି ଭାବି
ସେଇ ଆଶାରେ ହିଁ ଦେଖେ ବାରମ୍ବାର
କେଉଁଠି ଆଲୁଅ, କେଉଁଠି ଅନ୍ଧକାର
ମୁଦ୍ରାର ଟଙ୍କାର, ମତୁଆଲା ଏ ମନ
ମୁଁ ତ କାଙ୍ଗାଳ, ଛଳନାରେ ଘେରା। ତୁମର ଏଇ ଉପବନ
କଣ ଖୋଜିବାକୁ ଆସି
ଶେଷରେ କ’ଣ ହରାଇଲି
କ’ଣ ହଜିଗଲା
ତା ନାମ ବି ଭୁଲିଗଲି ।
ଏ ସବୁ ଖୋଲିବାର
ମିଳିବ କି ଗୋ କିଛି ଦାମ ?
ଅସଲରେ ତ ମୁଁ ଭୁଲିଛି
ମୋ ନିଜର ହିଁ ନାମ ।
ତୁମେ ହିଁ କୁହ
କ’ଣ ବୋଲି ମୋତେ ଡାକୁଥିଲ ? ମୋ ସାମନାରେ
ଆଖି କାହିଁକି ଛଳଛଳ
ମୁଁ ତ ଯେମିତି ଥିଲି
ସେମିତି ହିଁ ଅଛି..
ତୁମ ରକ୍ତରେ, ତୁମ ଗନ୍ଧରେ ବଞ୍ଚିଛି ।
ଅନୁବାଦ: ମନୋରଞ୍ଜନ ହୋଡା
Comments are closed.