Latest Odisha News

BREAKING NEWS

ଗଳ୍ପ : ଦୋ ମୁହାଁ

ଅଭିଜିତ ଦେବର୍ଷି                                               

ମିଶ୍ର ବାବୁ ତାଙ୍କ କଲୋନୀ ର ଜଣେ ମାନ୍ୟ ଗଣ୍ୟ ଲୋକ । ସବୁ କାମରେ ତାଙ୍କୁ ଡାକରା ପଡେ। କିଛି ଦିନ ହେବ ଏକ ଆତ୍ମହତ୍ୟା ଖବର ପାଇବା ପରେ ମାନସିକ ସ୍ୱାସ୍ଥ୍ୟ ଓ ମାନସିକ ଚାପ ଉପରେ କଲୋନୀରେ ଗୋଟେ ଆଲୋଚନା ଶିବିର କରି ବହୁତ୍ ଲମ୍ବା ଚଉଡ଼ା ଭାଷଣ ଗୋଟେ ଦେଇଥିଲେ , କେମିତି ପିଲାମାନଙ୍କୁ ମାନସିକ ଚାପରୁ ଦୂରେଇ ରଖି ହେବ, ଯେମିତି ସେମାନଙ୍କ ମନରେ କଷ୍ଟ ଦେବ ଉଚିତ ନୁହେଁ । ବହୁତ୍ କରତାଳି ବାଜି ଥିଲା ମଧ୍ୟ ।

ଆଜି ମାଟ୍ରିକ ପରୀକ୍ଷା ଫଳାଫଳ ଆସିବା ପରେ , ସେଇ କଲୋନୀର ସ୍ୱାଇଁ ବାବୁ ଓ ତାଙ୍କ ପୁଅ ଆକାଶ ବାହାରକୁ ଯାଉଥିବା ସମୟରେ ମିଶ୍ର ବାବୁଙ୍କ ଦେଖା ହେଇଗଲା । ଭଲରେ ପରୀକ୍ଷା ଦେଇଥିଲେ ମଧ୍ୟ ଭଲ ଗ୍ରେଡ ଆସିନଥିବାରୁ ସ୍ୱାଇଁ ବାବୁଙ୍କ ପୁଅର ମନ ଦୁଃଖ। ଏକଥା ଜାଣିକି ମଧ୍ୟ ତା ପରୀକ୍ଷାଫଳକୁ ଠୋ ଠୋ ହସରେ ଉଡ଼େଇ ଦେଇ ମିଶ୍ର ବାବୁ କହିଲେ ଆମ ଟୋକାକୁ ଦେଖ କଣ ନେଇକି ଆସିଛି ସ୍ୱାଇଁ ବାବୁ ଏଥର ଆକାଶ ପାଇଁ ଗୋଟେ ଫଳ ଦୋକାନ କରିଦିଅ । ସେ ଭଲ ବେପାର କରି କିଛି ଟଙ୍କା ଦେବ ହେଲେ।
ସ୍ୱାଇଁ ବାବୁ ନ ଚାହୁଁଥିଲେ ବି ଗୋଟେ ଅଧ ସୁଖା ହସ ହସି ଦେଲେ । ମିଶ୍ର ବାବୁ କେତେ ବେଳୁ ଚାଲି ଗଲେଣି। ଆକାଶ ତଳକୁ ମୁହଁ କରି କାନ୍ଦୁଥାଏ ବୋଧେ ।

ଗେଟ୍ ସିକୁରିଟି ଗାର୍ଡ ବିଳାସ ଏସବୁ ଶୁଣୁଥାଏ, ତାକୁ ଲାଗୁଥାଏ, ଏଇ ମିଶ୍ର ବାବୁର କେତେଟା ମୁହଁ କି ?

 

Comments are closed.