ନୂଆଦିଲ୍ଲୀ: ବିଶ୍ୱର ସଫଳ ବୋଲର ଶ୍ରୀଲଙ୍କାର ମୁଥୟା ମୁରଲୀଧରନଙ୍କ ମତରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଅଫ ସ୍ପିନ ଖେଳିବା ବେଳେ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ସଚିନ ଯେଉଁ ଭଳି ଢ଼ଙ୍ଗରେ ଲେଗ ସ୍ପିନକୁ ଖେଳନ୍ତ ସେ ଭଳି ଅଫ ସ୍ପିନ ବୋଲିଂରେ ଦେଖିବାକୁ ମିଳେ ନାହିଁ । ମୋ ବ୍ୟତୀତ ସେ ସମୟର ଅନ୍ୟ କମ ପ୍ରତିଭା ସମ୍ପନ୍ନ ଅଫ ସ୍ପିନର ତାଙ୍କ ଉଇକେଟ ହାସଲ କରିବାରେ ସଫଳ ହୋଇଛନ୍ତି । ଅବଶ୍ୟ ଏ ସମ୍ପର୍କରେ ତାଙ୍କୁ ପଚାରିବା ମୋର ସାହସ ହୋଇ ନାହିଁ ବୋଲି ମୁରଲୀ କହିଛନ୍ତି ।
ମୋର ଦୁସରା ବୋଲିଂ ଅବଶ୍ୟ ସେ ଆଗୁଆ ପଢ଼ି ନେଇଥାନ୍ତି । ଭିଭିଏସ ଲକ୍ଷ୍ମଣ ଓ ଗୌତମ ଗମ୍ଭୀର ମଧ୍ୟ ମୋର ଦୁସରା ବୋଲିଂକୁ ଆଗୁଆ ଅନୁମାନ କରି ନେଇଥାନ୍ତି । ତେବେ ରାହୁଲ ଡ୍ରାଭିଡ ଓ ବୀରେନ୍ଦ୍ର ସେହ୍ୱାଗ ଏହାକୁ ନ ବୁଝି ପାରିଲେ ମଧ୍ୟ ଠିକ୍ ଭାବେ ଖେଳିଥାନ୍ତି ।
Comments are closed.