Latest Odisha News

BREAKING NEWS

ବୁଥ୍ ବଦଳରେ ଏଣିକି ବ୍ଲକରେ ହେବ ପଞ୍ଚାୟତ ଭୋଟ୍ ଗଣତି

ଭୁବନେଶ୍ୱର: ଆଗାମୀ ପଞ୍ଚାୟତ ନିର୍ବାଚନରେ ଭୋଟ୍ ଗଣତି ବୁଥରେ ହେବ ନାହିଁ । ବ୍ଲକରେ ଭୋଟ୍ ଗଣନା ହେବ । ଭୋଟ୍ ସରିବା ପରେ ସିଲ୍ଡ ଭୋଟ୍ ବାକ୍ସ ବ୍ଲକରେ ରହିବ । ବିଭିନ୍ନ ପର୍ଯ୍ୟାୟରେ ନିର୍ବାଚନ ସରିବା ପରେ ଗଣତି ହେବ । ଭୋଟ୍ କାଉଣ୍ଟିଂ ନେଇ ପଞ୍ଚାୟତିରାଜ ବିଭାଗ ନୂଆ ନିୟମ ଆଣିବାକୁ ଯାଉଛନ୍ତି । ଏଥିପାଇଁ ନିୟମରେ ସଂଶୋଧନ କରିବାକୁ ଯାଉଛନ୍ତି ସରକାର ।

ଏଥିପାଇଁ ଓଡ଼ିଶା ଜିଲ୍ଲାପରିଷଦ ସଂଶୋଧନ ଆଇନ-୨୦୨୧, ଓଡ଼ିଶା ପଞ୍ଚାୟତ ସମିତି ସଂଶୋଧନ ସମିତି ଏବଂ ଓଡ଼ିଶା ଗ୍ରାମପଞ୍ଚାୟତ ନିର୍ବାଚନ ସଂଶୋଧନ ଆଇନ ୨୦୨୧ ଆସିବ । ଏନେଇ ୧୫ ଦିନ ଭିତରେ ଲୋକଙ୍କୁ ସେମାନଙ୍କର ମତାମତ ଦେବା ପାଇଁ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହାପରେ ଚୂଡାନ୍ତ ଗେଜେଟ୍ ନୋଟିଫିକେସନ୍ ପ୍ରକାଶ ପାଇବ ।

ଓଡିଶା ଗ୍ରାମ ପଞ୍ଚାୟତ ଇଲେକସନ୍ ସଂଶୋଧନ ରୁଲ୍ ୨୦୨୧ ଅନୁସାରେ ଭୋଟ ଗ୍ରହଣ ଦିନ କାଉଣ୍ଟିଂ ହେବନି । ମତଦାନ ପରେ ପ୍ରିଜାଇଡିଂ ଅଫିସର୍, ପ୍ରାର୍ଥୀ କିମ୍ବା ପୁଲିଂ ଏଜେଣ୍ଟଙ୍କ ଉପସ୍ଥିତିରେ ବାଲଟ୍ ବକ୍ସ ଓ ଅନ୍ୟାନ୍ୟ ପେପର୍ ସିଲ୍ କରିବେ । ସେଗୁଡ଼ିକୁ ନିର୍ବାଚନ ଅଧିକାରୀଙ୍କ ପାଖକୁ ପଠାଯିବ । ସବୁ ପର୍ଯ୍ୟାୟ ଭୋଟିଂ ସରିବା ପରେ ବ୍ଲକରେ କାଉଣ୍ଟିଂ ହେବ ।

ପୂର୍ବରୁ ପଞ୍ଚାୟତ ନିର୍ବାଚନକେ ଯେଉଁ ଦିନ ଭୋଟ ନିଆଯାଉଥିଲା ସେହିଦିନ ଓ୍ୱାର୍ଡ ମେମ୍ବର, ସରପଞ୍ଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ନିର୍ବାଚନ ଫଳାଫଳ ଜଣା ପଡିଯାଉଥିଲା । ଏବେ ସେଭଳି ଆଉ ହେବ ନାହିଁ । ସେଣ୍ଟ୍ରାଲ୍ କାଉଣ୍ଟିଂ କରାଯିବ । ଏଭଳି ହେଲେ ଏବର୍ଷ ଅଧିକ ବାଲଟ ବକ୍ସ ଆବଶ୍ୟକ ପଡ଼ିବ ।

Leave A Reply

Your email address will not be published.