ଭୁବନେଶ୍ୱର: ସାଇ ଇଣ୍ଟରନ୍ୟାସନାଲ ସ୍କୁଲ (SIS) ଏବଂ ସାଇ ଇଣ୍ଟରନ୍ୟାସନାଲ ରେସିଡେନ୍ସିଆଲ୍ ସ୍କୁଲ (SIRS)ର ଛାତ୍ରଛାତ୍ରୀମାନେ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ୧୦୦% ପାସ୍ ହାର ହାସଲ କରିଛନ୍ତି।
ଦ୍ୱାଦଶ ଶ୍ରେଣୀରେ ଧୀରଜ ଧନୁକା ବାଣିଜ୍ୟରେ ୯୮.୮% ସହିତ ଟପ୍ପର ହୋଇଛନ୍ତି। ହ୍ୟୁମାନିଟିଜରେ ଅନୁଷ୍କା ପଣ୍ଡା ୯୮.୨% ଏବଂ ବିଜ୍ଞାନରେ ଏନ. ଶ୍ରେୟା ଅମୋଲିକା ୯୮% ମାର୍କ ରଖି ଟପ୍ପର ହୋଇଛନ୍ତି।
ସମସ୍ତ ଛାତ୍ରଛାତ୍ରୀ ୬୦ ପ୍ରତିଶତରୁ ଅଧିକ ନମ୍ବର ରଖିଛନ୍ତି। ସେହିପରି ୨୦.୨୭% ପିଲା ୯୫ ପ୍ରତିଶତରୁ ଅଧିକ, ୪୪.୬% ପିଲା ୯୦ ପ୍ରତିଶତରୁ ଅଧିକ ଏବଂ ୯୧.୫% ପିଲା ୭୫ ପ୍ରତିଶତରୁ ଅଧିକ ନମ୍ବର ରଖିଛନ୍ତି। ସ୍କୁଲ ହାରାହାରି ୮୮.୮୦% ମାର୍କ ରହିଥିବା ବେଳେ ଷ୍ଟ୍ରିମ୍ ଅନୁଯାୟୀ ହାରାହାରି ୮୮.୨୮% ବିଜ୍ଞାନରେ ୮୯.୦୮%, ଏବଂ ହ୍ୟୁମାନିଟିଜରେ ୮୯.୦୫% ପାସହାର ରହିଛି।
ସେହିପରି ଦଶମ ଶ୍ରେଣୀରେ ଆହାନା ପରିଜା ୯୯.୨% ମାର୍କ ସହିତ ସ୍କୁଲରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ତାଙ୍କ ପରେ ହର୍ଷ ଅଗ୍ରୱାଲ ୯୮.୭% ସହିତ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ। ଅନୁଷ୍କା ପଣ୍ଡା, ବଲ୍ଲଭ ସାଇରାମନ ଅଗ୍ରୱାଲା ଏବଂ ସ୍ୱାଗତ ମହାପାତ୍ର ମିଳିତ ଭାବରେ ତୃତୀୟ ସ୍ଥାନ ଅଧିକାର କରିଥିଲେ। ପ୍ରତ୍ୟେକ ୯୮.୬% ସ୍କୋର କରିଥିଲେ। ସମସ୍ତ ଛାତ୍ର ୬୦% ରୁ ଅଧିକ ମାର୍କ ସ୍କୋର କରିଥିଲେ। ୨୧.୭୨% ପିଲା ୯୫% ରୁ ଅଧିକ, ୫୯.୨୨% ପିଲା ୯୦% ରୁ ଅଧିକ ଏବଂ ୯୩.୨୩% ପିଲା ୭୫% ରୁ ଅଧିକ ସ୍କୋର କରିଥିଲେ।
ସାଇ ଇଣ୍ଟରନ୍ୟାସନାଲ୍ ରେସିଡେନ୍ସିଆଲ୍ ସ୍କୁଲ୍ (SIRS) ରେ ବାଣିଜ୍ୟରେ ନିଖିତ କାସେରା ଏବଂ ଶିକ୍ଷା ବାଙ୍କା ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ୯୮% ସହିତ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ଯେତେବେଳେ କି ହ୍ୟୁମାନିଟିଜରେରେ ନିତ୍ୟା ସେଠିଆ ଏବଂ କଶିଶ୍ ଗୁପ୍ତା ୯୭% ସ୍କୋର କରିଥିଲେ। ବିଜ୍ଞାନ ଷ୍ଟ୍ରିମ୍ ରେ, ପ୍ରିୟାଂଶ ଟିବ୍ରେୱାଲ୍ ସର୍ବାଧିକ ୯୬% ସ୍କୋର କରିଥିଲେ।
ସମସ୍ତ ଛାତ୍ରଛାତ୍ରୀ ୬୦ ପ୍ରତିଶତରୁ ଅଧିକ ନମ୍ବର ରଖିଥିବାବେଳେ ୧୮.୪% ପିଲା ୯୫ ପ୍ରତିଶତରୁ ଅଧିକ, ୩୯.୧୬% ୯୦ ପ୍ରତିଶତରୁ ଅଧିକ ଏବଂ ୮୬.୪୧% ପିଲା ୭୫ ପ୍ରତିଶତରୁ ଅଧିକ ନମ୍ବର ରଖିଛନ୍ତି। ସ୍କୁଲର ହାରାହାରି ପାସ ହାର ୮୭.୬୯% ଥିଲା।
ସେହିପରି ଦଶମ ଶ୍ରେଣୀରେ ଅର୍ଚ୍ଚିତ ଅଗ୍ରୱାଲ ୯୭.୨% ସହିତ ଆବାସିକ ଶାଖାରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ତାଙ୍କ ପରେ ଶିବ ଅଗ୍ନିହୋତ୍ରୀ ୯୬.୬% ଏବଂ ମୟଙ୍କ କୁମାର ବେରିଆ ୯୪.୨% ମାର୍କ ଅଧିକାର କରିଛନ୍ତି। ସ୍କୁଲର ସାମଗ୍ରିକ ହାରାହାରି ୮୩.୦୧% ରେକର୍ଡ କରାଯାଇଛି।
Comments are closed.