ଯାଜପୁର: ଛତିଆ ନିକଟରେ ବୋମା ବିସ୍ଫୋରଣ ହୋଇଛି । ବୋମା ବିସ୍ଫୋରଣରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟ ଜଣେ ଗୁରୁତର ହୋଇଥିବା ସୂଚନା ମିଳିଛି । ଏଭଳି ଚାଞ୍ଚଲ୍ୟକର ଘଟଣା ଘଟିଛି ଯାଜପୁର ଜିଲା ବଡଚଣା ବ୍ଲକ ଅନ୍ତର୍ଗତ ଛତିଆ ବସଷ୍ଟାଣ୍ଡ ନିକଟରେ।
ସୂଚନାନୁସାର , ମଙ୍ଗଳବାର ଅପରାହ୍ନରେ ବାଇକ୍ରେ ୩ ଜଣ ଛତିଆ ବାଇପାସ୍ ରାସ୍ତାରେ ଯାଉଥିବା ସମୟରେ ହଠାତ୍ ବିସ୍ଫୋରଣ ଘଟିଥିଲା । ବିସ୍ଫୋରଣ ଫଳରେ ୨ଜଣଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା । ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି ।
ତେବେ ବୋମା ମାଡ଼ ହୋଇଛି ନା ସେମାନେ ବୋମା ନେଇ ଯାଉଥିଲେ , କୌଣସି ସ୍ପଷ୍ଟ ସୂଚନା ମିଳି ନାହିଁ । ଏହି ବିସ୍ଫୋରଣରେ ଦୁଇଟି ବାଇକ୍ ଭାଙ୍ଗି ରୁଜି ଯାଇଛି । ଘଟଣାସ୍ଥଳରେ ବଇରୀ ଥାନା ପୋଲିସ, ଯାଜପୁର ଏସଡିପିଓ, ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
Comments are closed.