Latest Odisha News

ସୈଫ୍‌ଙ୍କୁ ଆକ୍ରମଣ, ମୁଖ୍ୟ ଅଭିଯୁକ୍ତ ଗିରଫ

ମୁମ୍ବାଇ: ଅଭିନେତା ସୈଫ୍‌ ଅଲ୍ଲୀ ଖାନ୍‌ଙ୍କୁ ଛୁରାମାଡ଼ ଘଟଣା । ମୁଖ୍ୟ ଅଭିଯୁକ୍ତ ବିଜୟ ଦାସକୁ ଗିରଫ କଲା ବାନ୍ଦ୍ରା ପୋଲିସ । ୩ ଦିନ ପରେ ଥାଣେରୁ ମୁଖ୍ୟ ଅଭିଯୁକ୍ତକୁ ଗିରଫ କଲା ପୋଲିସ । ଅଭିଯୁକ୍ତର ଘର ପଶ୍ଚିମବଙ୍ଗ ହୋଇଥିବା ବେଳେ ସେ ମୁମ୍ବାଇରେ ନାଁ ବଦଳାଇ ରହୁଥିଲା । ମୁଖ୍ୟ ଅଭିଯୁକ୍ତ ବିଜୟ ଦାସ ଏକ ରେଷ୍ଟୁରାଣ୍ଟରେ ସହାୟକ ଭାବେ କାମ କରୁଥିଲା । ମେଟ୍ରୋ ପାଇଁ କାମ ଚାଲୁଥିବା କନ୍‌ଷ୍ଟ୍ରକ୍ସନ୍‌ରେ ଲୁଚି ରହିଥିଲା ବିଜୟ ।

ତେବେ ଅଭିଯୁକ୍ତର ପ୍ରକୃତ ନାଁ ମହମ୍ମଦ ଇଲିଆସ । ସେ ମୁମ୍ବାଇରେ ନିଜକୁ ବିଜୟ ଦାସ ନାମରେ ପରିଚୟ ଦେଇଥିଲା । ତେବେ ସେଦିନ ରାତିରେ ସୈଫଙ୍କ ଘରେ ପଶି ସେ ଆକ୍ରମଣ କରିଥିବା ନେଇ ସ୍ବୀକାର କରିଛି । ଅଭିଯୁକ୍ତ ଜଣଙ୍କ ମୁମ୍ବାଇର ଏକ ରେଷ୍ଟୁରାଣ୍ଟରେ କାମ କରୁଥିବା ବେଳେ ଥାଣେ ହିରାନନ୍ଦାନି ଇଷ୍ଟେଟ୍ ମେଟ୍ରୋ କନଷ୍ଟକସନ୍ ସାଇଟର ଏକ ଲେବର କ୍ୟାମ୍ପରୁ ତାକୁ ଗିରଫ କରାଯାଇଛି । ଗିରଫ ପରେ ତାକୁ ବାନ୍ଦ୍ରାକୁ ଅଣାଯାଇଛି । ଆଜି ସେଠାରେ ତାକୁ ପଚରାଉଚରା କରିବ ମୁମ୍ବାଇ ପୋଲିସ।

ସୂଚନାଯୋଗ୍ୟ, ଗତ ୧୬ ତାରିଖରେ ଜଣେ ବ୍ୟକ୍ତି ଅଭିନେତା ସୈଫ୍‌ ଅଲ୍ଲୀ ଖାନ୍ ଏବଂ କରୀନା କପୁରଙ୍କ ଘରେ ପଶି ଅଭିନେତାଙ୍କୁ ଆକ୍ରମଣ କରିଥିଲା। ଆକ୍ରମଣ ପରେ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା ଅଭିଯୁକ୍ତ ଜଣଙ୍କ । ସେପଟେ ଛୁରା ମାଡରେ ଅଭିନେତା ସୈଫ୍ ଗୁରୁତର ହୋଇଥିଲେ। ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସାମାନ୍ୟ ସୁସ୍ଥ ହେବା ପରେ ସୈଫଙ୍କୁ ଲୀଳାବତୀ ହସପିଟାଲର ଆଇସିୟୁରୁ ବାହାର କରାଯାଇ ସ୍ବତନ୍ତ୍ର କ୍ୟାବିନରେ ରଖାଯାଇଛି । ସଂପୂର୍ଣ୍ଣ ବେଡ ରେଷ୍ଟ ସହ ଏକ ସପ୍ତାହ ପାଇଁ ଚଳପ୍ରଚଳ ନକରିବାକୁ ତାଙ୍କୁ ପରାମର୍ଶ ଦିଆଯାଇଛି ।

Comments are closed.