Latest Odisha News

BREAKING NEWS

ବ୍ଲାକହୋଲ ମାଧ୍ୟମରେ ବ୍ରହ୍ମାଣ୍ଡର ଗୋଟିଏ ସ୍ଥାନରୁ ଅନ୍ୟତ୍ରକୁ ଯାଇ ହେବ !

ନୂଆଦିଲ୍ଲୀ: ବ୍ଲାକହୋଲ ନେଇ ଅନେକ ରହସ୍ୟ ରହିଛି । ଏହି ରହସ୍ୟ ଉଜାଗର ନେଇ ବୈଜ୍ଞାନିକମାନେ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇପାରି ନାହାନ୍ତି । ଏବେ ବି ଆଷ୍ଟ୍ରୋଫିଜିକ୍ସଟ ୱର୍ମହୋଲ ସହାୟତାରେ ମହାକାଶରେ ସମୟକୁ ମାତ ଦେବା ପରି ଯାତ୍ରା କରିହେବ ବୋଲି କହିଛନ୍ତି । ରୁଷିଆର ସେଂଟ୍ରାଲ ଏଷ୍ଟ୍ରୋନୋମିକାଲ ଅବଜଭେଟେରୀର ବୈଜ୍ଞାନିକଙ୍କ ମତରେ ମହାକାଶର ମଧ୍ୟ ଭାଗରେ ଥିବା ଆକ୍ଟିଭ ଗ୍ୟାଲେଟିକ ନ୍ୟୁକ୍ଲିଆଇନ ମାଧ୍ୟମରେ ଏହା ସମ୍ଭବ । ସ୍ପେଶକ୍ରାଫ୍ଟ ଏହା ମଧ୍ୟରେ ଯାଇପାରିବ ମାତ୍ର ଅତ୍ୟଧିକ ବିକିରଣ ଯୋଗୁ ମନୁଷ୍ୟ ଯିବା ସମ୍ଭବପର ନୁହେଁ ।

ୱର୍ମହୋଲ, ବ୍ଲାକ ହୋଲର ଗୁରୁତ୍ୱଆକର୍ଷଣ ଶକ୍ତି ବହୁତ ଅଧିକ । ସେଥିପାଇଁ ଏହା ମଧ୍ୟରେ ପ୍ରବେଶ କରିଥିବା ବସ୍ତୁ ବାହାରକୁ ଆସିପାରେ ନାହିଁ । ଏହା ମଧ୍ୟକୁ ପ୍ରବେଶ କରାଇବା ପାଇଁ ଅତ୍ୟାଧୁନିକ ଟେକ୍ନୋଲୋଜିର ଆବଶ୍ୟକତା ରହିଛି । ସେଥିନେଇ ଗବେଷଣା ଜାରି ରହିଛି । ଯେବେ ଏହା ପ୍ରସ୍ତୁତ ହେବ ସେତେବେଳେ ଏହାକୁ ବ୍ଲାକ ହୋଲ ମଧ୍ୟକୁ ପ୍ରବେଶ କରାଇ ତଥ୍ୟ ହାସଲ କରିହେବ ବୋଲି ବୈଜ୍ଞାନିକ ମାନେ କହିଛନ୍ତି ।

Leave A Reply

Your email address will not be published.