Latest Odisha News

ଜାଣନ୍ତୁ, ସଜନା ଛୁଇଁର ଚମତ୍କାର ଔଷଧୀୟ ଗୁଣ…

ଭୁବନେଶ୍ୱର: ବଜାରରେ ମିଳୁଥିବା ସଜନା ଛୁଇଁକୁ ପ୍ରାୟତଃ ଆମେ ଘରେ ଭଜା, ତରକାରି କିମ୍ବା ଡାଲମାରେ ପକାଇ ପ୍ରସ୍ତୁତ କରିଥାନ୍ତି । ଏହି ଛୁଇଁ ସଜନା ଗଛର ଫଳ ହୋଇଥାଏ । ଏହାର ପତ୍ର, ଡାଳ ଏବଂ ମୂଳରେ ଔଷଧୀୟ ଗୁଣ ଭରି ରହିଥାଏ । ଏହି ଛୁଇଁ ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଅନେକ ହିତକର ହୋଇଥାଏ ।

ଆୟୁର୍ବେଦରେ ସଜନା ଗଛର ଡାଳ, ପତ୍ର ଏବଂ ଛୁଇଁକୁ ନେଇ ବହୁ ଔଷଧ ପ୍ରସ୍ତୁତ କରାଯାଏ ବୋଲି ବିଶେଷଜ୍ଞ ମନେ ମତ ଦିଅନ୍ତି ।
ଜାଣନ୍ତୁ ଏହାର ଔଷଧିୟ ଗୁଣ:

ସଜନା ଛୁଇଁ ରକ୍ତଚାପ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ । ଏହା ମଧ୍ୟ ରକ୍ତରେ ଶର୍କରା ନିୟନ୍ତ୍ରଣ କରିବାରେ ବହୁ ମାତ୍ରାରେ ସାହାଯ୍ୟ କରେ ।

ହାଡ଼କୁ ଶକ୍ତ କରେ:

ସଜନା ଛୁଇଁରେ ଥିବା ଅଷ୍ଟିଓ ପୋରେସିସ ଏବଂ ଅଷ୍ଟିଓ ଆର୍ଥିଟିସ ହାଡ ଶକ୍ତ କରିବାରେ ସାହାଯ୍ୟ କରିଥାଏ । ସଜନା ଛୁଇଁରେ ମଧ୍ୟ ପ୍ରଚୁର ପରିମାଣର ଆଇରନ ଏବଂ କ୍ୟାଲସିୟମ ରହିଛି ଯାହା ମଣିଷ ଶରୀରର ହାଡ ଶକ୍ତ କରିବାରେ ଉପକାରୀ ହୋଇଥାଏ । ତେଣୁ ସଜନା ଛୁଇଁ ଖାଇବା ଦ୍ୱାରା ଆମ ହାଡ଼ ଶକ୍ତ ହୋଇଥାଏ ।

କେଶ ପାଇଁ ଉପଯୋଗୀ:

ସଜନା ଛୁଇଁରେ ଭିଟାମିନ ବି, ଥାୟାମାଇନ, ରିବୋଫ୍ଲାଭିନ, ନାୟାସିନ ଶରୀରର ତ୍ୱଚା ଏବଂ କେଶକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ । ଏଥିରେ ଥିବା ଫଲିକ ଏସିଡ ଗର୍ଭବତୀ ମହିଳାମାନଙ୍କ ପାଇଁ ଖୁବ ଭଲ । ସଜନା ଛୁଇଁରେ ଥିବା ଭିଟାମିନ ଏ ମଧ୍ୟ ଆଖି ଏବଂ ତ୍ୱଚା ପାଇଁ ଖୁବ ଭଲ ।

ହଜମ ଶକ୍ତିରେ ବୃଦ୍ଧି:

ଏହା ଲିଭରର ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ । ସଜନା ଶାଗ କୋଷ୍ଠକାଠିନ୍ୟ, ଏସିଡିଟି, ଗ୍ୟାଷ୍ଟ୍ରିକ, କୋଲିଟିକ ଇତ୍ୟାଦି ପେଟ ଅସୁବିଧାରେ ଏହା ଖୁବ ଉପକାରୀ ବୋଲି କୁହାଯାଏ। ଏହା ମଧ୍ୟ ପେଟର କ୍ୟାନସର ଉପଚାରରେ ସାହାଯ୍ୟ କରିଥାଏ । ଏଥିରେ ଅନେକ ପ୍ରକାର ମଧ୍ୟ ପ୍ରାକୃତିକ ଆଣ୍ଟି-ବାୟୋଟିକ ରହିଛି ଯାହା ବିଭିନ୍ନ ପ୍ରକାରର ରୋଗରୁ ମୁକ୍ତି ପ୍ରଦାନ କରିଥାଏ ।

Comments are closed.