ମୁମ୍ବାଇ: ବଲିଉଡ଼ର ସୁପରଷ୍ଟାର ତଥା ଭାଇଜାନ୍ ସଲମନ ଖାଁ ଆସନ୍ତା ଇଦ୍ରେ ନିଜର ଅଗଣିତ ସିନେ ପ୍ରେମୀଙ୍କୁ ଭେଟି ଦେବାକୁ ଯାଉଛନ୍ତି ନୂଆ ଫିଲ୍ମ ‘କିସି କା ଭାଇ କିସିକା ଜାନ୍’ । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସଲମାନ ଭେଟି ଦେବାକୁ ଯାଉଥିବା ଏହି ନୂଆ ଫିଲ୍ମକୁ ନେଇ ଚର୍ଚ୍ଚା ଢେର । ସିନେପ୍ରେମୀଙ୍କୁ ସସ୍ପେନ୍ସ ରଖିଥିବା ଏହି ଫିଲ୍ମକୁ ନେଇ ସଲମନ ଓ ତାଙ୍କ କ୍ରିଉ ଫିଲ୍ମ ବିଷୟରେ କିଛି ସୂଚନା ଦେଇ ନ ଥିଲେ ମଧ୍ୟ ରିଲିଜ୍ ହୋଇଛି ଏହାର ପ୍ରଥମ ଟିଜର । ଏହି ଟିଜରରେ ରହିଛି ସଲମାନ ଓ ପୂଜା ହେଗେଡେଙ୍କ ଦମଦାର ଡ୍ୟାନ୍ସ ଥିବା ଗୀତ ‘ବିଲ୍ଲି ବିଲ୍ଲି’ । ଗୀତଟି ଦର୍ଶକଙ୍କ ଗ୍ରହଣୀୟତା ପାଇବ ବୋଲି ପୁରା ଟିମ୍ ଆଶା ରଖିଛି । ସଲମାନ ଓ ପୂଜା ହେଗେଡେ ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ପଲକ ତିୱାରୀ, ଶହନାଜ ଗିଲ, ରାଘବ ଜୁୟଲ, ଜସ୍ସି ଗିଲ ଓ ସିଦ୍ଧାର୍ଥ ନିଗମଙ୍କ ଭଳି କଳାକାରଙ୍କୁ ମଧ୍ୟ ଦେଖିବାକୁ ମିଳିବ ।
BREAKING NEWS
- ନର୍ସରୀ ରାଇମ୍ ମାଧ୍ୟମରେ ୨୦୨୬ ବଜେଟକୁ କଟାକ୍ଷ କଲେ ମମତା
- ଜୋକୋଭିଚଙ୍କୁ ହରାଇ ଅଷ୍ଟ୍ରେଲିଆନ ଓପନ ଟେନିସ ଟାଇଟଲ ହାସଲ କଲେ ଆଲକାରଜ
- ବଜେଟରେ ନିର୍ମଳା ସୀତାରମଣଙ୍କ ଶାଢ଼ି ସ୍ୱାଗ୍, ପ୍ରତ୍ୟେକ ଥର ଏକ ଭିନ୍ନ ଶୈଳୀ ଆସନ୍ତି ନଜର…
- ନନ୍ଦନକାନନରେ କୁମ୍ଭୀର ମୃତ; ୮ ଦିନରେ ୫…
- Development Projects In Subarnapur: ସୁବର୍ଣ୍ଣପୁର ପାଇଁ ମୁଖ୍ୟମନ୍ତ୍ରୀଙ୍କ ୬୩୩ କୋଟିର ପ୍ରକଳ୍ପ ଘୋଷଣା,ଓପନ୍ ଏୟାର ଥିଏଟର ପାଇଁ ୧୧.୨୩ କୋଟି
- Union Budget 2026: ଟିକସ ସ୍ଲାବରେ ମଧ୍ୟବିତ୍ତ ବର୍ଗଙ୍କ ପାଇଁ କଣ ରହିଛି…
- ଝାରଖଣ୍ଡ ନିକଟରୁ ୪ ୱିକେଟରେ ହାରିଲା ଓଡିଶା
- Union Budget 2026: ବଜେଟ ସବୁ ବର୍ଗ ପାଇଁ ସହାୟକ: ମୁଖ୍ୟମନ୍ତ୍ରୀ
- Budget 2026: ୧୫ ହଜାର ସ୍କୁଲ ଏବଂ ୫୦୦ କଲେଜରେ ଖୋଲିବ କ୍ରିଏଟର ଲ୍ୟାବ୍; ଗେମିଂରେ ୧୦ ଲକ୍ଷ ନିଯୁକ୍ତି
- ପ୍ରତିରକ୍ଷା କ୍ଷେତ୍ର ପାଇଁ ବଡ଼ ଧରଣର ବ୍ୟୟବରାଦ ଘୋଷଣା କଲେ ସରକାର..
Comments are closed.