Latest Odisha News

BREAKING NEWS

କରୋନା ମୁକାବିଲା: ସେଲୁନ, ସ୍ପା ଓ ବିୟୁଟିପାର୍ଲର ବନ୍ଦ ନିର୍ଦ୍ଦେଶ

ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ଅଣ୍ଟା ଭିଡିଛନ୍ତି ରାଜ୍ୟ ସରକାର । ଏଥିପାଇଁ ସତର୍କତା ମୂଳକ ସମସ୍ତ ଜନଗହଳି ପୂର୍ଣ୍ଣ ସ୍ଥାନ ଉପରେ କଟକଣା ଲଗାଯାଇଛି । ଏହାରି ଭିତରେ ଆଜି ସ୍ପା ସେଂଟର, ସେଲୁନ ଓ ବିୟୁଟିପାର୍ଲରକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ପରବର୍ତ୍ତୀ ନିର୍ଦ୍ଦେଶ ନଆସିବା ପର୍ଯ୍ୟନ୍ତ ଏଗୁଡିକୁ ବନ୍ଦ ରଖିବାକୁ କୁହାଯାଇଛି ।
ଏହି ସବୁ ସ୍ଥାନରେ ସେବା ଯୋଗାଇବା ସମୟରେ ଗ୍ରାହକ ଓ ସେବା ଯୋଗାଉଥିବା ବ୍ୟକ୍ତିଙ୍କ ମଧ୍ୟରେ ଗୋଟିଏ ମିଟର ଦୂରତା ରଖିବା ସମ୍ଭବ ନୁହେଁ । ତେଣୁ ଏଗୁଡିକୁ ବନ୍ଦ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ପରବର୍ତ୍ତୀ ନିର୍ଦ୍ଦେଶ ନଆସିବା ପର‌୍ୟ୍ୟନ୍ତ ସେଲୁନ, ବିଉଟିପାର୍ଲର ଓ ସ୍ପା ସେଂଟର ବନ୍ଦ ରହିବ ।

Leave A Reply

Your email address will not be published.