ଲକ୍ଷ୍ନୌ: ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱାଧୀନ ଉତ୍ତରପ୍ରଦେଶ ସରକାରଙ୍କୁ ସମାଲୋଚନା କରିଛି ବିରୋଧୀ ସମାଜବାଦୀ ପାର୍ଟି । ପାର୍ଟି ଅଭିଯୋଗ କରିଛି ଯେ ସରକାର ଆଇନ ଶୃଙ୍ଖଳା ପରିସ୍ଥିତିକୁ ସମ୍ଭାଳିବାରେ ଅସମର୍ଥ ତେଣୁ ରାଜ୍ୟରେ ରାଷ୍ଟ୍ରପତିଙ୍କ ଶାସନ ଲାଗୁ କରିବାକୁ ସପା ଦାବୀ କରିଛି ।
ସମାଜବାଦୀ ପାର୍ଟି ମୁଖପାତ୍ର ତଥା ଏମଏଲସି ସୁନୀଲ ସିଂ ସାଜନ କହିଛନ୍ତି- ୟୁପିର ଯୋଗୀ ଆଦିତ୍ୟନାଥ ନିଜେ ରାଜ୍ୟରେ ଆଇନ ଶୃଙ୍ଖଳାକୁ ହତ୍ୟା କରୁଛନ୍ତି। ସରକାର ଅପରାଧୀଙ୍କ ନିକଟରେ ଆତ୍ମସମର୍ପଣ କରିଛି । ଗତକାଲି ଏକ ଭିଡିଓ ଭାଇରାଲ ହୋଇଥିଲା ଯେଉଁଥିରେ ସିଏମ ଯୋଗୀ କହିଛନ୍ତି ଯେ ସେ ବର୍ତ୍ତମାନ ବଲିଆ ଯିବାକୁ ଭୟ କରୁଛନ୍ତି।
ଏହାର କାରଣ କଣ ହୋଇପାରେ ବୋଲି ସେ ପ୍ରଶ୍ନ କରିଛନ୍ତି । ୟୁପି ସିଏମ୍ ବର୍ତ୍ତମାନ ଗୁଣ୍ଡାଙ୍କୁ ଭୟ କରୁଛନ୍ତି ନହେଲେ ବଲିଆ ଘଟଣାରେ ଅଭିଯୁକ୍ତ କେଉଁ ଦଳର ବୋଲି ସିଏମ୍ କହିବା ଉଚିତ୍ ବୋଲି ଦୋଷାରୋପ କରିଛନ୍ତି ସପା ନେତା ।
ଦିନକୁ ଦିନ ୟୁପିରେ ବଢୁଥିବା ହିଂସା ପଛରେ ଯୋଗୀ ଆଦିତ୍ୟନାଥଙ୍କ ହାତ ରହିଥିବା କହି, ଯଥାଶୀଘ୍ର ଉତ୍ତରପ୍ରଦେଶରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ଦାବୀ କହିଛି ସମାଜବାଦୀ ପାର୍ଟି ।
Comments are closed.