Latest Odisha News

BREAKING NEWS

ବାହାଘରରେ ପିନ୍ଧିଥିବା ଶାଢ଼ୀ ବି ଫେରାଇବେ ସାମନ୍ଥା !

ମୁମ୍ବାଇ: ଦକ୍ଷିଣ ଭାରତ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁ ଓ ନାଗା ଚୈତନ୍ୟଙ୍କ ବିବାହ ବିଚ୍ଛେଦ ଗତ ବର୍ଷ ଅକ୍ଟୋବରରେ ଘଟିଥିଲା । ସାମନ୍ଥା ବିବାହ ଏବଂ ନାଗା ଚୈତନ୍ୟଙ୍କ ପରିବାର ସହ ଜଡିତ ସମସ୍ତ ସାମଗ୍ରୀ ଫେରାଇବାରେ ଲାଗିଛନ୍ତି । ଏପରିକି ପ୍ରକାଶିତ ରିପୋର୍ଟ ଅନୁସାରେ ବିବାହ ଦିନ ସେ ପିନ୍ଧିଥିବା ଶାଢ଼ୀ ମଧ୍ୟ ଫେରାଇ ଦେଇଛନ୍ତି । ନାଗା ଚୈତନ୍ୟଙ୍କ ଜେଜେ ମାଆ ପିନ୍ଧିଥିବା ପାରମ୍ପାରିକ ଶାଢ଼ୀକୁ ସେଲିବ୍ରିଟି ଡିଜାଇନର କ୍ରେଶା ବଜାଜ ନୂଆ ଲୁକ ଦେଇଥିଲେ । ଏହାକୁ ପିନ୍ଧି ସାମନ୍ଥା ସମସ୍ତଙ୍କ ମନ ଜିଣିଥିଲେ ।

ଉଭୟ ୨୦୧୭ରେ ପରସ୍ପର ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ଗତ ବର୍ଷ ଅକ୍ଟୋବର ୨ରେ ସେମାନଙ୍କ ବିବାହ ବିଚ୍ଛେଦ ହୋଇଥିଲା । ବହୁତ ବିଚାର କରିବା ପରେ ଆମ ଅଲଗା ଅଲଗା ଚାଲିବା ପାଇଁ ନିଷ୍ପତି ନେଇଥିଲୁ ବୋଲି ସାମନ୍ଥା କହିଥିଲେ ।

Comments are closed, but trackbacks and pingbacks are open.