Latest Odisha News

BREAKING NEWS

ଉତ୍ତରାଖଣ୍ଡରେ ହାରିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତ୍

ଡେରାଡୁନ: ଉତ୍ତରାଖଣ୍ଡରେ ହାରିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତ୍ । ୧୪ହଜାର ଭୋଟ ବ୍ୟବଧାନରେ ହେଲେ ପରାସ୍ତ । ଉତ୍ତରାଖଣ୍ଡର ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣତି ଜାରି ରହିଛି । ଭାରତୀୟ ଜନତା ପାର୍ଟି ୪୫ଟି ଆସନରେ ଆଗୁଆ ରହିଛି । ଏହାସହ ୨୨ଟି ଆସନରେ କଂଗ୍ରେସ ଏବଂ ତିନିଟି ଆସନରେ ସ୍ୱାଧୀନ ପ୍ରାର୍ଥୀମାନେ ଆଗରେ ରହିଛନ୍ତି ।

ଏମଧ୍ୟରେ ସବୁଠାରୁ ବଡ଼ ଖବର ହେଲା ଯେ ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ହରିଶ ରାୱତ ଲାଲକାନ ଆସନରୁ ପରାଜୟବରଣ କରିଛନ୍ତି ।

ଭାରତୀୟ ଜନତା ପାର୍ଟି ଉତ୍ତରାଖଣ୍ଡରେ ୪୬ ଟି ଆସନ ସହିତ ଆଗରେ ରହିଥିବାବେଳେ କଂଗ୍ରେସ ପାଇଁ ଏକ ବଡ଼ ଝଟକା, ଏହାର ସବୁଠାରୁ ବଡ ଚେହେରା ହରିଶ ରାୱତ ଉତ୍ତରାଖଣ୍ଡର ଲାଲକୁୱା ଆସନରୁ ନିର୍ବାଚନ ହାରିଛନ୍ତି। ହରିଶ ରାୱତ ବିଜେପି ପ୍ରାର୍ଥୀ ମୋହନ ସିଂ ବିଷ୍ଟଙ୍କ ଠାରୁ ପରାସ୍ତ ହୋଇଛନ୍ତି।

ଉତ୍ତରାଖଣ୍ଡରେ ମୋଟ ୭୦ ଆସନ ମଧ୍ୟରୁ ଏବେ ବିଜେପି ୪୬ ଟି ଆସନରେ ଆଗୁ ଆ ଥିବା ବେଳେ କଂଗ୍ରେସ ମାତ୍ର ୨୪ ଟି ଆସନରେ ଆଗୁଆ ରହିଛି । ତାଙ୍କ ଝିଅ ଅନୁପମା ରାୱତଙ୍କୁ ମଧ୍ୟ ପରାଜୟର ମୁହଁ ଦେଖିବାକୁ ପଡିଛି । ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେପି ପ୍ରାର୍ଥୀ ମୋହନ ସିଂ ବିଷ୍ଟଙ୍କ ଠାରୁ ପରାସ୍ତ ହୋଇଛନ୍ତି।

କହିରଖୁ କି ଉତ୍ତରାଖଣ୍ଡରେ ପୁଣିଥରେ ବିଜେପି ସରକାର ଗଠନ କରିବା ନେଇ ଆଶା ଦେଖା ଦେଇଛି ।

Comments are closed, but trackbacks and pingbacks are open.