Latest Odisha News

BREAKING NEWS

ପଞ୍ଜାବ ମୁଖ୍ୟମନ୍ତ୍ରୀ ଚନ୍ନିଙ୍କୁ ହରାଇଲେ ମୋବାଇଲ ମେକାନିକ ଲାଭ ସିଂ

ନୂଆଦିଲ୍ଲୀ: ପଞ୍ଜାବ ବିଧାନସଭା ନିର୍ବାଚନ ଫଳାଫଳ ଆମ୍ ଆଦମୀ ପାର୍ଟି (‘ଆପ୍‌’) ସପକ୍ଷରେ ଯାଉଥିବା ‌ବେଳେ ମୁଖ୍ୟମନ୍ତ୍ରୀ ଥିବା କଂଗ୍ରେସ ନେତା ଚରଣଜିତ୍‌ ସିଂହ ଚନ୍ନି ନିର୍ବାଚନ ଲଢ଼ୁଥିବା ଉଭୟ ବିଧାନସଭା ଆସନରେ ପରାଜିତ ହୋଇଛନ୍ତି।

ଚମକୌର ଏବଂ ଭଦୌରରୁ ଚନ୍ନି ହାରିଥିବା ବେଳେ ତାଙ୍କୁ ଭଦୌରରୁ ଜଣେ ମୋବାଇଲ କାରିଗର ହରାଇଥିବା କହିଛନ୍ତି ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ।

ପଞ୍ଜାବରେ ‘ଆପ୍’ର ‘ଝାଡ଼ୁ’ ଝଡ଼ ସୃଷ୍ଟି କରିବା ପରେ ପଞ୍ଜାବର ମୁଖ୍ୟମନ୍ତ୍ରୀଙ୍କୁ ଜଣେ ମୋବାଇଲ ସଜାଡୁଥିବା ବ୍ୟକ୍ତି ହରାଇଛନ୍ତି ।  ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂ ଚନ୍ନୀଙ୍କୁ ୨୦ ହଜାର ଭୋଟ୍ ବ୍ୟବଧାନରେ ପରାଜିତ କରିଛନ୍ତି ଭଦୌର ବିଧାନସଭା ଆସନର ଆପ୍ ପ୍ରାର୍ଥୀ ଲାଭ ସିଂ ଉଗୋକେ

ଦଳୀୟ କର୍ମୀଙ୍କୁ ସମ୍ବୋଧନ କରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ ପ୍ରମୁଖ କେଜ୍ରିୱାଲ କହିଛନ୍ତି, ପଞ୍ଜାବରେ ବଡ ବଡ ଚେୟାର ହଲି ଯାଇଛି । ଯେତେ ବି ହେଭିୱେଟ ଚେହେରା ଥିଲେ ସମସ୍ତେ ପରାଜିତ ହୋଇଛନ୍ତି । ଆମେ ସଚ୍ଚୋଟତାର ରାଜନୀତି କରୁଥିଲୁ ଓ ପୂରା ବ୍ୟବସ୍ଥାକୁ ବଦଳାଇଛୁ ।

ଆମେ ଶିକ୍ଷା ଓ ରୋଜଗାରକୁ ଗୁରୁତ୍ୱ ଦେଇଛୁ । ପଞ୍ଜାବରେ ଏବେ ଇନକଲାବ ଆସିଛି । ପଞ୍ଜାବ ନିର୍ବାଚନ ସମୟରେ ମୋତେ ନେଇ ଅନେକ କଥା କୁହାଯାଇଛି । ଏପରିକି ମୋତେ ଆତଙ୍କବାଦୀ ବୋଲି ମଧ୍ୟ କୁହାଯାଇଥିଲା । ଆପ୍ ଓ ମୋ ବିରୋଧରେ ଅନେକ ଷଡଯନ୍ତ୍ର କରାଯାଇଥିଲା । କିନ୍ତୁ ଦେଶର ଜନତା ଜବାବ ଦେଇଛନ୍ତି । କେଜ୍ରିୱାଲ ଆତଙ୍କବାଦୀ ନୁହଁନ୍ତି ବରଂ ଦେଶର ସୁପୁତ୍ର ଏବଂ ସଚ୍ଚା ଦେଶଭକ୍ତ କହିଛନ୍ତି କେଜ୍ରିୱାଲ ।

Comments are closed, but trackbacks and pingbacks are open.