Latest Odisha News

BREAKING NEWS

ସାମନ୍ଥାକୁ ନେଇ ଚିନ୍ତାରେ ପୂର୍ବ ସ୍ୱାମୀ ନାଗା ଚୈତନ୍ୟ

ମୁମ୍ବାଇ : ଚର୍ଚ୍ଚାରେ ରହିଆସିଥିବା ସାଉଥ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୃ ବର୍ତ୍ତମାନ ମାୟୋସିଟିସର ରୋଗରେ ପୀଡ଼ିତ ଅଛନ୍ତି। ସାମନ୍ଥାଙ୍କ ସ୍ଵାସ୍ଥ୍ୟ ବିଷୟରେ ଜାଣି ଚିନ୍ତାରେ ପୂର୍ବତନ ସ୍ବାମୀ ନାଗା ଚୈତନ୍ୟ । ଛାଡପତ୍ର ପରେ ସାମନ୍ଥାଙ୍କ ପୂର୍ବତନ ସ୍ଵାମୀ ନାଗା ଏବଂ ତାଙ୍କ ପରିବାର ସାମନ୍ଥାଙ୍କ ଅସୁବିଧା ସମୟରେ ଛିଡ଼ା ହୋଇଥିବାର ନଜିର ରହିଛି ।

ତାଙ୍କ ପୂର୍ବତନ ସ୍ଵାମୀ ନାଗା ଚୈତନ୍ୟ ଏବଂ ତାଙ୍କ ପିତା ନାଗାର୍ଜୁନ ସାମନ୍ତଙ୍କୁ ଭେଟିବାକୁ ଯୋଜନା କରୁଥିବା ଜଣାପଡ଼ିଛି । କିନ୍ତୁ ନାଗା ଚୈତନ୍ୟ ସାମନ୍ଥାଙ୍କ ସହ ରହିବେ କି ନା ନାହିଁ ତାହା ଜଣାନାହିଁ । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ସାମନ୍ଥା ରୋଗ ବିଷୟରେ ଜାଣିବା ମାତ୍ରେ ନାଗା ଚୈତନ୍ୟ ଚିନ୍ତିତ ଥିଲେ। ଏଥି ସହିତ ନାଗାର୍ଜୁନ ମଧ୍ୟ ତାଙ୍କ ପୂର୍ବ ବୋହୂଙ୍କୁ ଭେଟିବା ପାଇଁ ଏକ ମିଟିଙ୍ଗ୍‌ ଫିକ୍ସ କରିବେ ବୋଲି ଜଣାପଡ଼ିଛି ।

 

ସାମନ୍ଥା ହୁଏତ ସେହି ପରିବାରଠାରୁ ଅଲଗା ହୋଇଥାଇ ପାରନ୍ତି, କିନ୍ତୁ ସେ ନାଗାର୍ଜୁନଙ୍କ ସହ ଏକ ଘନିଷ୍ଠ ସମ୍ପର୍କ ଅଛି। ଏନେଇ ଶୁକ୍ରବାର ଦିନ ସାମନ୍ଥା ସୋସିଆଲ ମିଡିଆରେ ପ୍ରଶଂସକଙ୍କ ସହ ତାଙ୍କ ରୋଗ ବିଷୟରେ ସୂଚନା ଦେଇଥିଲେ। ଯାହା ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି।

Comments are closed.