Latest Odisha News

BREAKING NEWS

ନାମାଙ୍କନ ପତ୍ର ଦାଖଲ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ସମ୍ବଲପୁର: ନାମାଙ୍କନ ପତ୍ର ଦାଖଲ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସମ୍ବଲପୁର ଲୋକସଭା ଆସନ ଲାଗି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସମର୍ଥକଙ୍କ ଗହଣରେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ।

ମା ସମଲେଇ ମନ୍ଦିର ପାଖରୁ ବିଶାଳ ଶୋଭାଯାତ୍ରା ରେ ହଜାର ହଜାର ସମର୍ଥକଙ୍କ ସହ ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ  ନାମାଙ୍କନ ପତ୍ର ଦାଖଲ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଶୋଭାଯାତ୍ରାରେ ତାଙ୍କ ସହ ବିଜେପିର ବରିଷ୍ଟ ନେତା ପିତାମ୍ବର ଆଚାର୍ଯ୍ୟ,ଜୟନାରୟଣ ମିଶ୍ର,ନାଉରୀ ନାୟକଙ୍କ ସମେତ ଅନେକ ନେତା ଓ କର୍ମୀମାନେ ଉପସ୍ଥିତ ଥିଲେ । ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ନିର୍ବାଚନ ନିତୀ ଉପରେ ହେଉଛି । ଓଡିଶାର ଏବଂ ଭାରତର ଭବିଷ୍ୟତ ପାଇଁ ନିର୍ବାଚନ ହେଉଛି। ଧର୍ମେନ୍ଦ୍ର ପ୍ରଧାନ ପ୍ରଥମଥର ପାଇଁ ସମ୍ବଲପୁର ଲୋକସଭା ଆସନରୁ ପ୍ରାର୍ଥୀ ହୋଇଥିବା ବେଳେ ତାଙ୍କ ବିରୋଧରେ ବିଜେଡିର ହେଭିୱେଟ୍ ନେତା ପ୍ରଣବ ପ୍ରକାଶ ଦାସ ନିର୍ବାଚନ ଲଢୁଛନ୍ତି ।

 

Leave A Reply

Your email address will not be published.