Latest Odisha News

BREAKING NEWS

ନାମାଙ୍କନ ଭରିଲେ ଅରୁପ୍ ପଟ୍ଟନାୟକ; କହିଲେ, ପୁରୀବାସୀଙ୍କ ସେବାରେ ନିଜକୁ ନିୟୋଜିତ କରିବି

ପୁରୀ: ନାମାଙ୍କନ ପତ୍ର ଦାଖଲ କଲେ ପୁରୀ ବିଜେଡି ଲୋକସଭା ପ୍ରାର୍ଥୀ ଅରୁପ୍ ପଟ୍ଟନାୟକ । ଜିଲ୍ଲାପାଳ ତଥା ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ନିଜର ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି ଅରୁପ୍ । ବଗଲାଧର୍ମଶାଳା ଠାରୁ ଏକ ବଡ ଶୋଭାଯାତ୍ରାରେ ହଜାର ହଜାର ସମର୍ଥକଙ୍କ ସହ ବିରାଟ ପଟୁଆ ଧରି ଅରୁପ୍ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇଥିଲେ । ଏହି ସମୟରେ ତାଙ୍କ ସାଙ୍ଗରେ ରାଜ୍ୟସଭା ସାଂସଦ ଶୁଭାଶିଷ ମହାନ୍ତି, ସତ୍ୟବାଦୀ ବିଧାୟକ ପ୍ରାର୍ଥୀ ସଞ୍ଜୟ ଦାସବର୍ମା, ପୁରୀ ବିଜେଡି ବିଧାୟକ ପ୍ରାର୍ଥୀ ଉପସ୍ଥିତ ଥିଲେ ।

ନାମାଙ୍କନ ପତ୍ର ଦାଖଲ କରିବା ପରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି ଅରୁପ୍ ପଟ୍ଟନାୟକ । ସେ କହିଛନ୍ତି ଯେ, ପୁରୀରେ ଜନ୍ମ ହେବାର ସୌଭାଗ୍ୟ ଓ ପୁରୀରେ ନିର୍ବାଚନ ଲଢିବା ମହାପ୍ରଭୁଙ୍କ ନିର୍ଦ୍ଦେଶ ବୋଲି । ତେବେ ସବୁ ସମୟ ପୁରୀବାସୀଙ୍କ ସେବାରେ ନିଜକୁ ନିୟୋଜିତ କରିବେ ବୋଲି ଅରୁପ୍ କହିଛନ୍ତି ।

ସେ ଆହୁରି କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଓ ପରିକଳ୍ପନାରେ ସମସ୍ତଙ୍କୁ ନେଇ ନିର୍ବାଚନ ଲଢିବେ । ସେହିପରି ପୁରୀର ବିକାଶରେ ମୁଖ୍ୟମନ୍ତ୍ରୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ତୃଣମୂଳ ସ୍ତରରୁ ସଙ୍ଗଠନକୁ ମଜବୁତ କରିବା ଦିଗରେ ଅରୁପ୍ ପ୍ରୟାସ ଜାରି ରଖିବେ ବୋଲି କହିଛନ୍ତି । ସେପଟେ ପ୍ରଧାନମନ୍ତ୍ରୀ ଓ ବିଜେପି ତରଫରୁ ଓଡିଆ ଅସ୍ମିତାକୁ ନେଇ ବାରମ୍ବାର ବିଜେଡିକୁ ଟାର୍ଗେଟ କରାଯାଉଥିବା ବେଳେ ଏହି ପ୍ରସଙ୍ଗରେ କୌଣସି ଉତ୍ତର ରଖିନାହାନ୍ତି ଅରୁପ୍ ।

Leave A Reply

Your email address will not be published.