Latest Odisha News

BREAKING NEWS

ଯେତେ ଖୋଳୁଛି, ସେତେ ପାଉଛି ଭିଜିଲାନ୍ସ: ଇଡକଲ୍ ଏମଡିଙ୍କ ଅମାପ ସମ୍ପତ୍ତି

ଭୁବନେଶ୍ୱର : ଯେତେ ଖୋଳୁଛି, ସେତେ ବାହାରୁଛି । ଇଡକଲ ଡେପୁଟି ମ୍ୟାନେଜର ଗୟା ସାନ୍ତରାଙ୍କ ଅମାପ ସମ୍ପତ୍ତି ଦେଖି ତାଜୁବ ହୋଇଛି ଭିଜିଲାନ୍ସ । ବିଡ଼ା ବିଡ଼ା ଟଙ୍କା ସାଙ୍ଗକୁ ପୁଳା ପୁଳା ଗହଣା । ଗଣି ଗଣି ଭିଜିଲାନ୍ସ ବି ନୟାନ୍ତ । ଦେଢ କେଜିରୁ ଅଧିକ ସୁନା ଓ ସାଢେ ୬ କେଜିରୁ ଅଧିକ ରୁପା ତାଙ୍କ ଘରୁ ଜବତ କରିଛି ଭିଜିଲାନ୍ସ । ୧ କୋଟି ଟଙ୍କା ନଗଦ ମିଳିଛି ଗୟାଙ୍କ ଘରୁ ।

ସେହିପରି ୧୬ଟି ବ୍ୟାଙ୍କ ଆକାଉଣ୍ଟ, ୧୩ଟି ଦାମୀ ପ୍ଲଟ ଠାବ ହୋଇଛି । ୪ଟି ଆକାଉଣ୍ଟରେ ରହିଛି ୪ କୋଟି ୧୯ ଲକ୍ଷ ଟଙ୍କା । ତାଙ୍କର ୪ଟି ଦୁଇଚକିଆ ଗାଡି, ୨ଟି ଦାମୀ କାର ଥିବାବେଳେ ଭୁବନେଶ୍ୱର, ନୟାଗଡ ଓ ଯାଜପୁରରେ ୧୩ଟି ଦାମୀ ପ୍ଲଟ ରହିଛି ।

ମଞ୍ଚେଶ୍ୱର ଇଣ୍ଡିଷ୍ଟ୍ରିଆଲ ଇଷ୍ଟେଟରେ ଥିବା ଘର ଓ ଇଣ୍ଡଷ୍ଟ୍ରି, ଜୟଦେବ ବିହାର ସ୍ଥିତ ଅର୍ଦ୍ଧ ନିର୍ମିତ ଚାରି ମହଲା କୋଠା, କୋରାପୁଟ ସୁଙ୍କିରେ ଥିବା ଭଡାଘର, ସିମାଗାଡାରେ ଥିବା ଅଫିସ, ନୟାଗଡରେ ଥିବା ପୈତୃକ ଘର ଓ ରାୟଗଡାରେ ଥିବା ଶ୍ୱଶୁର ଘରକୁ ମିଶାଇ ମୋଟ ୭ଟିସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଚଢାଉ କରିଥିଲା ଭିଜିଲାନ୍ସ । ଗୟା ସାନ୍ତରାଙ୍କ ଘର ସମେତ ୭ଟି ସ୍ଥାନରେ ଗତାକଲି ସକାଳୁ ଭିଜିଲାନ୍ସ ଚଢାଉ କରିଥିଲା । ଏଯାଏଁ ପ୍ରାୟ ୧୦ କୋଟି ଟଙ୍କାର ସମ୍ପତ୍ତି ମିଳିସାରିଛି । ତଥାପି ଭିଜିଲାନ୍ସ ଖୋଳତାଡ ଜାରି ରଖିଛି ।

Leave A Reply

Your email address will not be published.