Latest Odisha News

BREAKING NEWS

କୋଭିଡ-୧୯: କ୍ୱାରେଣ୍ଟାଇନରେ ରହିଲେ ସମ୍ବଲପୁର ସାଂସଦ ନିତେଶ ଗଙ୍ଗଦେବ

ସମ୍ବଲପୁର: ସମ୍ବଲପୁର ସାଂସଦ ନିତେଶ ଗଙ୍ଗଦେବଙ୍କ ସମେତ ତାଙ୍କର ପୁରା ପରିବାର ହୋମ କ୍ୱାରେଣ୍ଟାଇନରେ ଅଛନ୍ତି । ଏନେଇ ନିତେଶ ଗଙ୍ଗଦେବ ନିଜେ ସୂଚନା ଦେଇଛନ୍ତି ।

ତେବେ ସାଂସଦଙ୍କ ସାନ ପୁଅ ଇଂଲଣ୍ଡର କେମ୍ବ୍ରିଜ ସହରରୁ ଫେରିବା ପରେ ତାଙ୍କର ପୁରା ପରିବାର ସରକାରଙ୍କ ଦ୍ୱାରା ଜାରି ହୋଇଥିବା କରୋନା ସତର୍କତା ଗାଇଡଲାଇନ ଅବଲମ୍ବନ ସ୍ୱରୂପ କ୍ୱାରେଣ୍ଟାଇନରେ ଅଛନ୍ତି ।

ସେ କହିଛନ୍ତି, “ଭଗବାନଙ୍କ ଦୟାରୁ ପୁଅ ସୁସ୍ଥ ଅଛି । କିନ୍ତୁ ସମାଜର ଭଲ ପାଇଁ ମୁଁ ଓ ମୋର ପୁରା ପରିବାର କ୍ୱାରେଣ୍ଟାଇନରେ ରହିବାକୁ ନିଷ୍ପତ୍ତି ନେଇଛୁ । ଜୟ ମା’ ସମଲେଶ୍ୱରୀ ।”

Leave A Reply

Your email address will not be published.