Latest Odisha News

ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ମାଟ୍ରିକ ଖାତାଦେଖା: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: ଆସନ୍ତା ୨୦ ତାରିଖରୁ ଆରମ୍ଭ ହେଉଛି ମାଟ୍ରିକ ଖାତାଦେଖା । ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଏଥର ୧୦ କିଲୋମିଟର ଭିତରେ ଖାତା ଦେଖା କେନ୍ଦ୍ର କରାଯାଉଛି । ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ କହିଛନ୍ତି, ୧୦ କିଲୋମିଟର ଦୂରରୁ କେତେ ଜଣ ଆସୁଛନ୍ତି ସେମାନଙ୍କୁ ଚିହ୍ନଟ କରାଯାଉଛି । କୋଭିଡ-୧୯ ଗାଇଡଲାଇନ୍ ଅନୁସାରେ ସମସ୍ତ କାର୍ଯ୍ୟକ୍ରମ ହାତକୁ ନେଇଛି ଗଣଶିକ୍ଷା ବିଭାଗ ।

ସୋମବାର ଏନେଇ ବୈଠକ ଡକାଯାଇଛି । ସମସ୍ତ ଡିଇଓ ମାନଙ୍କ ସହ ଆଲୋଚନା କରାଯାଇଛି । ୧୦ କିଲୋମିଟର ଭିତରେ କେମିତି ଶାନ୍ତି ଶୃଙ୍ଖଳାର ସହ ଓ ସୁରକ୍ଷିତ ଭାବେ କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଖାତା ଦେଖା ହେବ ସେନେଇ ବିଭାଗ ପ୍ରସ୍ତୁତି କରୁଥିବା ଗଣଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.