Latest Odisha News

BREAKING NEWS

ବିଜେଡି ଛାଡ଼ିଲେ ପୂର୍ବତନ ମନ୍ତ୍ରୀ ସମୀର ରଞ୍ଜନ ଦାଶ

ଭୁବନେଶ୍ବର: ବିଜେଡି ଛାଡ଼ିଲେ  ସମୀର ଦାଶ । ନିମାପଡ଼ା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସମୀର ରଞ୍ଜନ ଦାଶ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ଟିକେଟ କଟିବାରୁ ଅସନ୍ତୁଷ୍ଟ ଥିଲେ ସମୀର । ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଛନ୍ତି ତାଙ୍କର ଇସ୍ତଫାପତ୍ର ।

ସମୀର ଦଳ ଛାଡ଼ିଥିବା ନେଇ ଭିଡିଓ ବାର୍ତ୍ତା ମାଧ୍ୟମରେ ସୂଚନା ଦେଇଛନ୍ତି । ଏହି ଭିଡିଓରେ  ସେ ଦଳ ଛାଡ଼ିବାର କାରଣ କହିଛନ୍ତି। ସେ କହିଛନ୍ତି, ରାଜ୍ୟ ବିଜେଡି ନେତା ମୋ ଉପରେ ଆସ୍ଥା ହରାଇଛନ୍ତି ଏଥିସହ ଗୋପ ବିଜେଡି ସଂଗଠନ ଉପରେ ମଧ୍ୟ ଆସ୍ଥା ହରାଇଛନ୍ତି। ଯେଉଁଠି ନେତା ଆସ୍ଥା ହରାଇଛନ୍ତି ସେଠି ଦଳରେ ରହିବା ଠିକ୍‌ ନୁହେଁବୋଲି କହିଛନ୍ତି ସମୀର ରଞ୍ଜନ ଦାଶ  । ସମୀର ରଞ୍ଜନ ଦାଶ

୨୦୦୯, ୨୦୧୪ ଓ ୨୦୧୯ରେ ବିଜେଡି ରୁ ବିଧାୟକ ହୋଇଥିଲେ । ପୂର୍ବରୁ ଅସନ୍ତୋସ ଥିବା ନେଇ ହେଉଥିଲା ଚର୍ଚ୍ଚା । ନିମାପଡ଼ାରେ ସେ ବାରମ୍ବାର ଶକ୍ତି ପ୍ରଦର୍ଶନ କରିଥିଲେ। କିନ୍ତୁ ଦଳ ଟିକେଟ ନହେବାରୁ ସେ ଅସନ୍ତୁଷ୍ଟ ଥିଲେ। ବର୍ତମାନ ସେ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି।

Leave A Reply

Your email address will not be published.