Latest Odisha News

BREAKING NEWS

ବାଲୁକାକଳାରେ ମା’ ଦୁର୍ଗା, ଗଗନାୟାନର ସଫଳତା କାମନା କଲେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ଆରମ୍ଭ ହୋଇଛି ନବରାତ୍ରୀ ପୂଜା। ମା’ଙ୍କ ଆଗମନକୁ ନେଇ ଚଳଚଞ୍ଚଳ ପୁରପଲ୍ଲୀ। ପବିତ୍ର ଦୁର୍ଗାପୂଜା ଅବସରରେ ନିଆରା ଢଙ୍ଗରେ ସମସ୍ତଙ୍କୁ ଶୁଭେଚ୍ଛା ଦେଇଛନ୍ତି ଅନ୍ତର୍ଜାତୀୟ ଖ୍ୟାତିସଂପନ୍ନ ବାଲୁକା ଚିତ୍ରଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ପୁରୀ ବେଳାଭୂମିରେ ମା’ ଦୁର୍ଗାଙ୍କ ବାଲୁକାକଳା ତିଆରି କରି ବିଶ୍ବବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ପୁରୀ ବେଳାଭୂମିରେ ୨ ହଜାର ଦୀପରେ ମା ଙ୍କ କଳାକୃତି ନିର୍ମାଣ କରି ଗଗନାୟାନ ର ସଫଳତା କାମନା କରିଛନ୍ତି ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ l ଏହି ଆକର୍ଷଣୀୟ ବାଲୁକା ଚିତ୍ରକଳାଟିକୁ କରିବା ପାଇଁ ଶ୍ରୀ ପଟ୍ଟନାୟକଙ୍କୁ ପ୍ରାୟ ୩ ଘଣ୍ଟା ସମୟ ଲାଗିଥିଲା l ଦେବୀ ଦୁର୍ଗାଙ୍କ ମୁଖମଣ୍ଡଳକୁ ବାଲୁକା ଚିତ୍ରକଳାରେ କରାଯାଇ ଥିବାବେଳେ ଏହା ବେଶ୍ ଆକର୍ଷଣୀୟ ହୋଇଥିଲା । ଏହାକୁ ଦେଖିବା ପାଇଁ ପର୍ଯ୍ୟଟକଙ୍କ ଗହଳି ଦେଖିବାକୁ ମିଳିଥିଲା ।

Leave A Reply

Your email address will not be published.