Latest Odisha News

BREAKING NEWS

ଇସ୍ରୋର ଆଉ ଏକ କୀର୍ତ୍ତିମାନ: ଗଗନାୟନ ମିଶନର ପ୍ରଥମ ଟେଷ୍ଟ ଫ୍ଲାଇଟ ସଫଳ, ସମୁଦ୍ରରେ ଲାଣ୍ଡିଂ କଲା କ୍ରୁ କ୍ୟାପ୍ସୁଲ

ନୂଆଦିଲ୍ଲୀ: ସବୁ ବାଧାବିଘ୍ନ ସତ୍ତ୍ୱେ ସଫଳ ହେଲା ଭାରତର ଗଗନାୟନ ମିଶନ। ଇସ୍ରୋ ଗଗନାୟନ ମିଶନର ପ୍ରଥମ ଟେଷ୍ଟ ଫ୍ଲାଇଟ କ୍ରୁ ମଡ୍ୟୁଲର  ସଫଳତାର ସହ ଲଞ୍ଚ କରି ଇତିହାସ ସୃଷ୍ଟି କରିଛି । ପ୍ରଥମେ ଇ୍ରସୋ ସକାଳ ୮ଟା ୪୫ରେ ଏହାର ଟ୍ରାଏଲ କରିଥିଲା । ହେଲେ ପରୀକ୍ଷଣ ୫ ସେକେଣ୍ଡ ପୂର୍ବରୁ ଏହାକୁ  ସ୍ଥଗିତ ରଖା ଯାଇଥିଲା । ଯାନ୍ତ୍ରିକ ତ୍ରୁଟି ଯୋଗୁ ପରୀକ୍ଷଣକୁ ସ୍ଥଗିତ ରଖାଯାଇଥିଲା । ହେଲେ ମାତ୍ର ଅଧଘଣ୍ଟା ମଧ୍ୟରେ ଯାନ୍ତ୍ରିକ ତ୍ରୁଟିକୁ ସଜାଡିବା ପରେ ସକାଳ ୧୦ଟାରେ ଏହାର ସଫଳ ଉତକ୍ଷେପଣ କରାଯାଇଛି । ଏଥିସହିତ ଇସ୍ରୋ ଏକ ନୂଆ କୀର୍ତ୍ତିମାନ ସ୍ଥାପନ କରିଛି ।

ଇସ୍ରୋ ଚିଫ ଏସ ସୋମନାଥ କହିଛନ୍ତି, ଉତକ୍ଷେପଣ ପରେ କ୍ରୁ ଏସକେପ ସିଷ୍ଟମ ଆକ୍ଟିଭ ହୋଇଥିଲା । ଏହା କ୍ରୁ ମଡ୍ୟୁଲରକୁ ରକେଟରୁ ଅଲଗା କରିଥିଲା । ଏହା ପରେ କ୍ରୁ ମଡ୍ୟୁଲର ପାରାଶୁଟ ଖୋଲି ଯାଇଥିଲା । ପରେ ଏହା ସମୁଦ୍ରକୁ ଯାଇ ଲ୍ୟାଣ୍ଡ କରିଥିଲା । ଏହା ସହିତ ଜଡିତ ସମସ୍ତ ତଥ୍ୟ ଆମର ହସ୍ତଗତ ହୋଇଛି । ବର୍ତ୍ତମାନ ସୁଦ୍ଧ ଯେତିକି ହୋଇଛି ସବୁ ଠିକଠାକ ଚାଲିଛି ବୋଲି କହିଛନ୍ତି ଇସ୍ରୋ ମୁଖ୍ୟ ଏସ ସୋମନାଥ ।

ପୂର୍ବରୁ ସକାଳ ୮ଟାରେ ଗଗନାୟାନ ଉତକ୍ଷେପଣ ହେବାକୁ ଥିଲା । ଏହାପରେ ଏହାର ସମୟ ପରିବର୍ତ୍ତନ କରାଯାଇ ୮.୩୦ରେ ଉତକ୍ଷେପଣ କରାଯିବାକୁ ନିଷ୍ପତ୍ତି ହୋଇଥିଲା । ଠିକ୍‌ ସମୟରେ ଇଞ୍ଜିନ୍‌ ଇଗ୍ନିସନ ହୋଇ ପାରିନଥିଲା । ଏଣୁ ୫ ସେକେଣ୍ଡ ପୂର୍ବରୁ ଉତକ୍ଷେପଣକୁ ସ୍ଥଗିତ ରଖାଯାଇଥିବା ଇସ୍ରୋ ମୁଖ୍ୟ ସୂଚନା ଦେଇଥିଲେ।

Leave A Reply

Your email address will not be published.