ଭୁବନେଶ୍ୱର: ସୁନ୍ଦର, ମସୃଣ ଓ ଚମକଦାର ତ୍ୱଚା କାହାରବା ପସନ୍ଦ ନୁହେଁ। ମାତ୍ର କାର୍ଯ୍ୟ ବ୍ୟସ୍ତତା ଓ ଅନିୟମିତ ଭରା ଜୀବନ ଶୈଳୀ ତ୍ୱଚାରୁ ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ ବା ଚମକ ଛଡାଇ ନେଉଛି । ଏହାସହ ଦୂଷିତ ବାୟୁମଣ୍ଡଳ କାରଣରୁ ମଧ୍ୟ ଆଜିକାଲି ଅଧିକାଂଶ ଲୋକଙ୍କର ତ୍ୱଚା ସମସ୍ୟା ଦେଖାଦେଉଛି। ଏନେଇ ଆମେ ଅନେକ ପ୍ରକାର ଉପଚାର ମଧ୍ୟ କରାଉଛନ୍ତି । ହେଲେ ମଧ୍ୟ ସଠିକ ଫଳ ମିଳିପାରୁନାହିଁ ।
ତେବେ ଆଜି ଆମେ ଆପଣଙ୍କୁ ଜଣାଇବୁ ତ୍ୱଚା ପାଇଁ ବରଦାନ ସାବ୍ୟସ୍ତ ହୋଇଥିବା ଚନ୍ଦନ ସମ୍ପର୍କରେ । ଏହା ତ୍ୱଚା ପାଇଁ ବେଶ୍ ଲାଭଦାୟକ ସାବ୍ୟସ୍ତ ହୋଇଥାଏ। ଏହା ତ୍ୱଚାକୁ ଥଣ୍ଡା କରିବା ସହ ତ୍ୱଚା ସମ୍ବନ୍ଧୀୟ ନାନାଦି ସମସ୍ୟା ଦୂର କରିଥାଏ।
ଖରା ବା ଗରମ ଯୋଗୁଁ ତ୍ୱଚା କୁଣ୍ଡାଇ ହେବା, ତ୍ୱଚା ଲାଲ୍ ପଡ଼ିବା ଆଦି ବିଭିନ୍ନ ସମସ୍ୟା ଦେଖାଦିଏ। ଚନ୍ଦନରେ ରହିଛି ଆଣ୍ଟି-ଇନଫ୍ଲେମେଟୋରୀ ଗୁଣ ତେଣୁ ଏହାର ଲେପ ଲାଗାଇବା ଦ୍ୱାରା ଏହି ସମସ୍ୟା ଦୂର ହୋଇଥାଏ।
ଧୂଳି, ମାଟି, ଜାବୀଣୁ ଆଦିର ସଂସ୍ପର୍ଶରେ ଆସୁଥିବା ତ୍ୱଚାରେ ବ୍ୟାକ୍ଟେରିଆ ସୃଷ୍ଟି ହୁଅନ୍ତି। ତେବେ ଚନ୍ଦନ ପାଉଡରରେ କ୍ଷୀର ମିଶାଇ ଲଗାଇବା ଦ୍ୱାରା ଏହା ତ୍ୱଚାକୁ ଭିତରକୁ ଯାଇ ଏହାକୁ ସଫା କରେ ଏବଂ ପୋଷଣ ଯୋଗାଏ।
ଖରାରେ ଅଧିକ ସମୟ ରହିଲେ ତ୍ୱଚା ମଳିନ ପଡ଼ିଯାଏ । ସନଟ୍ୟାନ ଯୋଗୁଁ ତ୍ୱଚା କଳା ଦେଖାଯାଏ। ଏହି ଟ୍ୟାନକୁ ଦୂର କରିବା ପାଇଁ ଆପଣ ଚନ୍ଦନ ଓ ଗୋଲାପ ଜଳର ପ୍ୟାକ ବ୍ୟବହାର କରି ପାରିବେ । ଏହା ଟ୍ୟାନ ଦୂର କରିବାରେ ସାହାଯ୍ୟ କରିଥାଏ।
ଏହାସହ ଏହି ପ୍ୟାକ ତ୍ୱଚାକୁ ପୋଷଣ ଯୋଗାଇବା ସହ ଜମିଥିବା ତୈଳକୁ ମଧ୍ୟ ବାହାର କରିଥାଏ।
ଚନ୍ଦନରେ ଥିବା ପ୍ରୋଟିନ୍ ତ୍ନଚାକୁ ଆଲର୍ଜିରୁ ଦୂରରେ ରଖେ।। ଏହାସହିତ ତ୍ୱଚାକୁ ଟାଇଟ୍ ରଖିଥାଏ। ଏହା ଆଣ୍ଟି ଏଜିଙ୍ଗ ପରି କାମ କରିଥାଏ ।
Comments are closed.